Latest Odisha News

BREAKING NEWS

ଗାଁ ଦାଣ୍ଡରେ ଆଁ କରିଛି କୁମ୍ଭୀର

ଯାଜପୁର: ଗାଁ ଦାଣ୍ଡରେ କୁମ୍ଭୀର । ବିରାଟ କୁମ୍ଭୀରକୁ ଦେଖି ଲେକେ ଛାନିଆ । ବର୍ଷା ପାଣିରେ ଗାଁ ଭିତରକୁ ବିରାଟ କୁମ୍ଭୀର ପଶି ଆସିଛି । ଯାଜପୁର ଦଶରଥପୁର ଗାଁ ଦାଣ୍ଡରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।

ଲଗାଣ ବର୍ଷା ଯୋଗୁଁ ଗାଁରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି । ନଦୀର ବନ୍ୟା ଜଳ ଗାଁ ଭିତରେ ପଶିଛି । ଫଳରେ ବର୍ଷା ପାଣିରେ ବିରାଟ କୁମ୍ଭୀରଟି ଗାଁ ଭିତରକୁ ପଶି ଆସିଛି । ସେପଟେ କୁମ୍ଭୀରକୁ ଦେଖି ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି । ଏପରିକି ଲୋକେ ଗାଁ ଦାଣ୍ଡକୁ ଆସିବାକୁ ମଧ୍ୟ ଭୟ କରୁଛନ୍ତି । ସେପଟେ କୁମ୍ଭୀରଟକୁ କାବୁ କରିବା ପାଇଁ ପ୍ରୟାସ ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଗାଁରେ କୌଣସି ପ୍ରଶାସନିକ ଅଧିକାରୀ କୁମ୍ଭୀରକୁ ଘଉଡାଇବା ପାଇଁ ପହଂଚିନଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.