Latest Odisha News

BREAKING NEWS

ରିୟାଙ୍କ ଓଡ଼ିଶା ଲିଙ୍କକୁ ନେଇ ମତ ରଖିଲେ ଡିଜିପି

ଭୁବନେଶ୍ୱର: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଓଡ଼ିଶା ଲିଙ୍କକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ରିୟା ଡ୍ରଗ୍ସ କାରବାର ସମ୍ପର୍କରେ କଥା ହେବା ବେଳେ ରାଜଧାନୀ ଭୁବନେଶ୍ୱର କଥା ଉଠାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଓଡ଼ିଶା ଡିଜିପି ଅଭୟ ।

ଡିଜିପି ଅଭୟ କହିଛନ୍ତି, ରିୟାଙ୍କ ଓଡ଼ିଶା ଲିଙ୍କ ନେଇ କିଛି ବି ଏଯାଏଁ ସ୍ପଷ୍ଟ ହୋଇନି । ଡ୍ରଗ୍ସ କାରବାର ସମ୍ପର୍କରେ ଅଭିଯୋଗ ଆସିବା ପରେ ତଦନ୍ତକାରୀ ସଂସ୍ଥା ଏହାର ଖୋଲତାଡ କରୁଛି । ସେମାନେ ଯଦି ଓଡ଼ିଶା ପୋଲିସର ସହଯୋଗ ମାଗିବେ ତାହା ହେଲେ ଆମେ ସହଯୋଗ କରିବୁ ବୋଲି ସେ କହିଛନ୍ତି ।

ଗତକାଲିର ଟାଇମ୍ସ ନାଓ ରିପୋର୍ଟ ଅନୁଯାୟୀ ରିୟା, ସିମୋନ ଖମ୍ବାଟାଙ୍କ ସହ ମାର୍ଚ୍ଚ ୧୬ରେ ହ୍ୱାଟସଆପ୍‌ରେ ଚାଟ୍ କରିଥିଲେ । ଯେଉଁଥିରେ ରିୟା ଟିମ୍ ୟୁ ବ୍ୟାକ୍ ବୋଲି ପଚାରିଛନ୍ତି । ଏହାର ଯବାବରେ ସିମୋନ ତାଙ୍କୁ ଏକ ଅଡିଓ କ୍ଲିପ୍ ପଠାଇଛନ୍ତି । ଏହାର ଜବାବ ଦେଇ ରିୟା କହିଛନ୍ତି ଏବେ ଘଟଣା ଭୁବନେଶ୍ୱରରେ । ଏହାପରେ ସିମୋନ ପଚାରିଛନ୍ତି ଏବେ ତମେ ଭୁବନେଶ୍ୱରରେ କି? ଏହାର ଜବାବରେ ରିୟା ହଁ ବୋଲି କହିଥିଲେ ।

Leave A Reply

Your email address will not be published.