Latest Odisha News

BREAKING NEWS

ପିକନିକ୍ ଭୋଜିରେ କୁମ୍ଭୀର ଖାଇଦେଲା ଖାଦ୍ୟ, ପ୍ରାଣ ବିକଳରେ ଦୌଡ଼ିଲେ ଲୋକେ

ଅଧିକାଂଶ ଲୋକ ପରିବାର ସଦସ୍ୟମାନଙ୍କ ସହ ହେଉ ବା ସାଙ୍ଗମାନଙ୍କ ସହ ପିକ୍‌ନିକ୍ ଯିବାକୁ ପସନ୍ଦ କରିଥାନ୍ତି । ସାଧାରଣତଃ ପାହାଡ଼, ଜଙ୍ଗଲ, ହ୍ରଦ ନିକଟକୁ ଯାଇ ପିକ୍‌ନିକ୍ ବା ଭୋଜି କରିବାକୁ ଅନେକ ପସନ୍ଦ କରିଥାନ୍ତି । କିଛି ଲୋକ ପିକ୍‌ନିକ୍‌ସ୍ଥଳୀରେ ଭୋଜି କରି ଖାଇଥାନ୍ତି ତ ଆଉ କିଏ ଘରୁ ବିଭିନ୍ନ ପ୍ରକାରର ଖାଦ୍ୟ ନେଇ ଯାଇଥାନ୍ତି । କେବେ କେବେ ପିକ୍‌ନିକ୍‌ସ୍ଥଳୀରେ ଅନେକ ଅସୁବିଧା ମଧ୍ୟ ହୋଇଥାଏ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ କିଛି ଲୋକ ପିକ୍‌ନିକ୍ କରୁଥିବା ବେଳେ ଏମିତି ଏକ ବିପଜ୍ଜନକ ପ୍ରାଣୀ ଚାଲି ଆସୁଛି, ଯାହାକୁ ଦେଖି ସମସ୍ତେ ଦୌଡ଼ି ପଳାଉଛନ୍ତି । ପରେ ସେହି ପ୍ରାଣୀଟି ସେମାନଙ୍କ ଖାଦ୍ୟକୁ ଖାଇ ଦେଉଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ପିକନିକ୍ ପାଇଁ ଘରୁ ଖାଦ୍ୟ ସାମଗ୍ରୀ ନେଇ କିଛି ଲୋକ ଜଙ୍ଗଲରେ ପହଞ୍ଚିଛନ୍ତି । ବୁଲାବୁଲି କରିବା ସାରିବା ପରେ ସମସ୍ତେ ଖାଦ୍ୟ ଖାଇବା ପାଇଁ ପରଷୁଛନ୍ତି । ଏହି ସମୟରେ ନିକଟରେ ଥିବା ନଦୀରୁ ଏକ କୁମ୍ଭୀର ହଠାତ୍ ଉଠି ଆସି ସେମାନଙ୍କ ପାଖକୁ ଆସି ଯାଇଛି । ସେମାନେ ରଖିଥିବା ଖାଦ୍ୟକୁ କୁମ୍ଭୀରଟି ଆରାମରେ ଆସି ଖାଇବାକୁ ଲାଗୁଛି । ଏତେ ବଡ଼ କୁମ୍ଭୀରକୁ ଦେଖି ଭୟରେ ସମସ୍ତେ ସେଠାରୁ ଜିନିଷପତ୍ର ଧରି ଦୌଡ଼ି ପଳାଇଛନ୍ତି ।

ଆଜିକାଲି ଅଧିକାଂଶ ଅଞ୍ଚଳରେ କୁମ୍ଭୀର ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଥିବା ଦେଖିବାକୁ ମିଳୁଛି ।

 

Comments are closed.