Latest Odisha News

BREAKING NEWS

ଟ୍ରାକ୍ଟର ରାଲୀ ସ୍ଥଗିତ ରଖିଲେ ସଂଯୁକ୍ତ କୃଷକ ମୋର୍ଚ୍ଚା

ନୂଆଦିଲ୍ଲୀ: ସଂଯୁକ୍ତ କୃଷକ ମୋର୍ଚ୍ଚା ଟ୍ରାକ୍ଟର ରାଲୀକୁ ସ୍ଥଗିତ ରଖିଛନ୍ତି । କୃଷି ଆଇନ ପ୍ରତ୍ୟାହାର ନେଇ ସଂସଦରେ ବିଲ ଉପସ୍ଥାପନ ହେବାର ୨ ଦିନ ପୂର୍ବରୁ କୃଷକମାନେ ଏହି ନିଷ୍ପତି ନେଇଛନ୍ତି । କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିବା ପରେ ମଧ୍ୟ ଟ୍ରାକ୍ଟର ରାଲୀ କରାଯିବ ବୋଲି କୃଷକମାନେ କହିଥିଲେ ।

BjdElectrycity

ମାତ୍ର ଆଜି ସିନ୍ଧୁ ଓ ଟିକରୀ ସୀମାରେ ବୈଠକ ପରେ ଏହାକୁ ସ୍ଥଗିତ ରଖିବା ପାଇଁ ସର୍ବସମ୍ମତି କ୍ରମେ କୃଷକମାନେ ରାଜି ହୋଇଥିଲେ । ୪ ଡିସେମ୍ବରରେ ଆଉ ଏକ ବୈଠକ ବସିବ । ଏହା ପରେ ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.