Latest Odisha News

BREAKING NEWS

ପାରାଦୀପ ଉପାଧ୍ୟକ୍ଷ ନିର୍ବାଚନ: ବିଜେଡିରୁ କ୍ରସ ଭୋଟିଂ, ଖେଲା କରିଦେଲା ‘ଆମ ପାରାଦୀପ’

ପାରାଦୀପ: ଯେଉଁ ଆସନକୁ ଶାସକ ଦଳ ବିଜେଡି ଖୁସିରେ ଖୁସିରେ ହାତେଇ ପାରିଥାନ୍ତା ସେହି ଆସନକୁ କିନ୍ତୁ ହାତେଇ ନେଲା ଆମ ପାରାଦୀପ ସଂଗଠନ ସମର୍ଥୀତ ପ୍ରାର୍ଥୀ । ପାରାଦୀପ ପୌରଉପାଧ୍ୟକ୍ଷ ନିର୍ବାଚନରେ ଏପରି କିଛି କରି ବିଜେଡି ବିଧାୟକ ସମ୍ବିତ ରାଉତରାୟ ଗୋଷ୍ଠୀଙ୍କୁ ଚେକ୍ ଦେଇଛନ୍ତି ବାପି ସର୍ଖେଲ୍ ।

ଏହି ଆସନର ପୌରାଧ୍ୟକ୍ଷ ଆସନ ପୂର୍ବରୁ ବିଜେଡି ଜିତିସାରିଥିଲା । ଲଢେଇ ଥିଲା ଉପାଧ୍ୟକ୍ଷ ଆସନ ପାଇଁ । ମୋଟ୍ ୧୯ କାଉନସିଲରଙ୍କ ମଧ୍ୟରୁ ବିଜେଡିର ୭ଜଣ, ବିଜେପିର ୩ ଜଣ, କଂଗ୍ରେସର ଗୋଟିଏ ଏବଂ ଆମ ପାରାଦୀପର ୮ ଜଣ ଥିଲେ । କିନ୍ତୁ ଭୋଟିଂ ବେଳେ ବିଜେପିର ୩ କାଉନସିଲର ନିର୍ବାଚନରୁ ଓହରିଗଲେ । ଏହାରେ ଆମ ପାରାଦୀପକୁ କଂଗ୍ରେସର ଜଣେ ସମର୍ଥନ କରିଥିବା ବେଳେ ବିଜେଡିରୁ ମଧ୍ୟ ଜଣେ ଭୋଟ୍ ଦେଇଥିଲେ । ତେଣୁ ମୋଟ୍ ୧୦ ଜଣ କାଉନସିଲରଙ୍କ ସମର୍ଥନ ପାଇଁ ବାପି ସର୍ଖେଲଙ୍କ ନେତୃତ୍ୱାଧୀନ ଆମ ପାରାଦୀପ ସଂଗଠନର ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଆମ ପାରାଦୀପର ଛବିଲତା ରାଉତ ବିଜେଡିର ପ୍ରଭାତୀ ନାୟକଙ୍କୁ ହରାଇ ପାରାଦୀପର ଉପାଧ୍ୟକ୍ଷ ଆସନରେ ବସିଛନ୍ତି । ପୂର୍ବରୁ ପୌରାଧ୍ୟକ୍ଷ ଆସନରେ ବିଜେଡିର ବସନ୍ତ ବିଶ୍ୱାଳ ବିଜୟୀ ହୋଇଥିଲୋ

ନିର୍ବାଚନ ଫଳାଫଳ ପରେ ଏହାକୁ ନେଇ କଥାକଟାକଟି ହୋଇଥିଲାା ସମ୍ବିତ ରାଉତରାୟ କହିଛନ୍ତି, ତାଙ୍କ ଦଳ ଭିତରୁ କେହି ଜଣେ କ୍ରସ ଭୋଟିଂ କରିବାରୁ ଏପରି ହେଲା । ଭୋଟ୍ କିଣାବିକା ହୋଇଛିା ଯିଏ କ୍ରସ ଭୋଟିଂ କରିଛନ୍ତି ଧରାହେବେ । ପଦ ହରାଇବେ । ଦଳରେ ଅସନ୍ତୋଷ ଥିବା କଥାକୁ ମଧ୍ୟ ପରୋକ୍ଷରେ ସ୍ୱୀକୀର କରିଛନ୍ତି ସ୍ଥାନୀୟ ବିଧାୟକ ।

ସେହିପରି ବାପି ସର୍ଖେଲ କହିଛନ୍ତି, ସାରା ରାଜ୍ୟରେ ବିଜେଡି ବାଜିମାତ କରୁଛି । କିନ୍ତୁ ନିର୍ବାଚନର ୧୫ ଦିନ ପୂର୍ବରୁ ତିଆରି ହୋଇଥିବା ଏହି ଆମ ପାରାଦୀପ, ଆମ ପ୍ରଗତି ସଂଗଠନ ବିଜେଡିକୁ ଚେକ୍ ଦେଇ ଉପାଧ୍ୟକ୍ଷ ଆସନ ଜିତିବାରେ ସଫଳ ହୋଇଛିା

ନିର୍ବାଚନରେ ଘୋଡା ବେପାର ହୋଇଛି । ବିଜେଡିର ଜଣେ କାଉନସିଲରଙ୍କୁ ଆମ ପାରାଦୀପ ସଂଗଠନ କିଣିଛି ବୋଲି ବିଜେପି ଅଭିଯୋଗ ଆଣିଛି ।

Leave A Reply

Your email address will not be published.