Latest Odisha News

BREAKING NEWS

ଲେମ୍ବୁ କିଲୋ ୪୦୦: କିଏ ବିକ୍ରି କରୁଛି, କିଏ କିଣୁଛି ?

ଜୟପୁର: ଗ୍ରୀଷ୍ମ ପ୍ରବାହ ସହିତ ରାଜସ୍ଥାନରେ ଲେମ୍ବୁର ମୂଲ୍ୟ ଆକାଶକୁ ଛୁଇଁଛି । ଗତ ଦୁଇ ଦିନ ଧରି ରାଜସ୍ଥାନରେ କେଜି ପିଛା ୪୦୦ ଟଙ୍କା ମୂଲ୍ୟରେ ଲେମ୍ବୁ ବିକ୍ରି ହେଉଛି। ଦୋକାନରେ ଗୋଟିଏ ଗ୍ଲାସ୍ ଲେମ୍ବୁର ୨୦ ଟଙ୍କା ହୋଇଛି। ଗତ ସପ୍ତାହ ଯାଏ ଏଠାରେ ଲେମ୍ବୁର ମୂଲ୍ୟ କିଲୋ ପିଛା ୩୪୦-୩୫୦ ଟଙ୍କା ଥିଲା। ସେହିପରି ଗୁଜରାଟର ରାଜକୋଟରେ ତିନି ଦିନ ତଳେ ଲେମ୍ବୁ କିଲୋ ପିଛା ୨୬୦ ଟଙ୍କା ଥିଲା।

ଗତ ବର୍ଷ ଗ୍ରୀଷ୍ମ ରୁତୁରେ ଲେମ୍ବୁର କିଲୋଗ୍ରାମ ୬୦ ରୁ ୮୦ ଟଙ୍କା ଥିଲା, କିନ୍ତୁ ଏଥର ସମସ୍ତ ରେକର୍ଡ ଭାଙ୍ଗିଛି । ଅଧିକ ମୂଲ୍ୟ ହେତୁ ସାଧାରଣ ପରିବାର ଖାଇବା ଥାଳିରୁ ଲେମ୍ବୁ ଗାଏବ ହୋଇଯାଇଛି ।

ତେବେ ଜୟପୁରର ମୁହାନା ମାଣ୍ଡିର ପରିବା ବିକ୍ରେତାମାନେ କହିଛନ୍ତି ଯେ ଏଥର ଚାଷୀମାନେ ଲେମ୍ବୁ ଫସଲ କମ୍ କରିଛନ୍ତି। ଏହି କାରଣରୁ ଏହା ସୀମିତ ପରିମାଣରେ ଆସୁଛି। ଏହା ସହିତ ଡିଜେଲ ଦର ବୃଦ୍ଧି ହେତୁ ଲେମ୍ବୁ ଅନ୍ୟ ରାଜ୍ୟରୁ ଆମଦାନୀ ହେଉଛି। ତେଣୁ ଦର ବଢିଛି।

ସେ କହିଛନ୍ତି ଯେ ଜୟପୁରରେ ଗୋଟିଏ ଲେମ୍ବୁ ୨୫ ରୁ ୨୭ ଟଙ୍କାରେ ବିକ୍ରି ହେଉଛି । ଖରାଦିନେ ଜଳୀୟ ଅଂଶ ଶରୀରରୁ କମିଯାଏ । ତେଣୁ ଲେମ୍ବୁ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି ଚିକିତ୍ସକ । ହେଲେ ଲେମ୍ବୁ ଦର ଏପରି ହୋଇଛି ଯେ ସାଧାରଣ ଲୋକ ଛାଡ ଧୀନ ବ୍ୟକ୍ତି ବି ଏହାକୁ କିଣିବା କଷ୍ଟକର। ସେହିପରି ଯିଏ ବିକ୍ରି କରିବେ ସେ ମଧ୍ୟ ବଜାରରୁ ଏହାକୁ କିଣିବାକୁ ଅମଙ୍ଗ ହୋଇଯିବେ।

ପରିବା ବିକାଳି କହିଛନ୍ତି ଯେ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଲେମ୍ବୁର ମୂଲ୍ୟ କିଲୋଗ୍ରାମ ପ୍ରତି ୨୦୦ ରୁ ୨୨୦ ଟଙ୍କା ମଧ୍ୟରେ ଥିଲା। ପନିପରିବା ହୋଲସେଲରମାନେ କୁହନ୍ତି ଯେ ଗ୍ରୀଷ୍ମ ରୁତୁରେ ପନିପରିବାର ମୂଲ୍ୟ ସାଧାରଣତଃ ବଢିଥାଏ । କିନ୍ତୁ ପ୍ରଥମ ଥର ପାଇଁ ଲେମ୍ବୁର ମୂଲ୍ୟ ମୂଲ୍ୟ ଏତେ ଅଧିକ ହୋଇଛି। ଏଥି ସହିତ କୃଷି ବୈଜ୍ଞାନିକମାନେ କହିଛନ୍ତି ଯେ ଅଦିନିଆ ବର୍ଷା ଏବଂ ପାଗର ପରିବର୍ତ୍ତନ ହେତୁ ଲେମ୍ବୁ ଫସଲ ପ୍ରଭାବିତ ହୋଇଛି।

Leave A Reply

Your email address will not be published.