ଭୁବନେଶ୍ୱର: ରାଜ୍ୟସଭା କ୍ରସ୍ ଭୋଟିଂ ଘଟଣା । ବିଜେଡି ସହ କଂଗ୍ରେସ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଆବେଦନ ମଧ୍ୟ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ । ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ ୩ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିଥିଲା ।
ସୋଫିଆ ଫିର୍ଦ୍ଦୋଷ, ରମେଶ ଜେନା, ଦାଶରଥୀ ଗମାଙ୍ଗଙ୍କ ସଦସ୍ୟତା ରଦ୍ଦ ପାଇଁ ଆବେଦନ କରା ଯାଇଥିଲା । ବିଜେଡି ସହ କଂଗ୍ରେସର ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ବାଚସ୍ପତି ସୁରମା ପାଢୀ ।
ସେହିପରି, ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ୮ ବିଧାୟକଙ୍କ ବିରୋଧରେ କ୍ରସ୍ ଭୋଟିଂ ଅଭିଯୋଗ ଆଣିଥିଲା । ସୁବାଷିନୀ ଜେନା, ଅରବିନ୍ଦ ମହାପାତ୍ର, ଚନ୍ଦ୍ରମଣି କହଁର, ସନା ମହାକୁଡ଼, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ, ଦେବୀ ରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ଵାଳ କ୍ରସ୍ ଭୋଟିଂ କରିଥିଲେ । ବିଜୁ ଜନତା ଦଳର ୮ ଜଣ ବିଧାୟକଙ୍କ ବିରୋଧରେ ଦାଖଲ ହୋଇଥିବା ଅଯୋଗ୍ୟତା ଆବେଦନକୁ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ସମ୍ପୂର୍ଣ୍ଣ ରୂପେ ଖାରଜ କରିଦେଇଛନ୍ତି ।
