Latest Odisha News

BREAKING NEWS

ବିରୋଧୀଙ୍କ କ୍ରସ୍‌ଭୋଟିଂ : ଓଡ଼ିଶାରୁ 1 ଆସାମରୁ 22

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ସହଜରେ ଜିତିଛନ୍ତି । ପୂର୍ବରୁ ମଧ୍ୟ ସେ ବିଜୟଲାଭ କରିବେ ବୋଲି ଜଣାଥିଲା । କିନ୍ତୁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ ଏବେ 2024 ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଚକିତ କରିଛି। ବିରୋଧୀ ଦଳମାନେ ନିଜ ଦଳର ବିଧାୟକ ସାଂସଦଙ୍କୁ ମନାଇପାରିନାହାଁନ୍ତି । ଯାହା ଫଳରେ ଅନେକ ରାଜ୍ୟରେ ବିରୋଧୀମାନେ ଦଳ ବିରୋଧରେ ଯାଇ କ୍ରସ ଭୋଟିଂ କରିଛନ୍ତି ।

ଆଦିବାସୀ ମହିଳା ନେତ୍ରୀ ଦ୍ରୈାପଦୀ ମୁର୍ମୁଙ୍କୁ ଓଡ଼ିଶାରୁ ଗୋଟିଏ କ୍ରସଭୋଟିଂ ମିଳିଥିବା ବେଳେ ମୋଟ ୧୨୬ ବିଧାୟକଙ୍କ ସମେତ ୧୭ ଅଣ-ଏନ୍‌ଡିଏ ସାଂସଦ ମଧ୍ୟ ମୁର୍ମୁଙ୍କ ସପକ୍ଷରେ କ୍ରସଭୋଟିଂ କରିଛନ୍ତି। ଆସାମରେ ସର୍ବାଧିକ ୨୨ ବିଧାୟକ କ୍ରସ୍‌ ଭୋଟିଂ କରିଛନ୍ତି। ମଧ୍ୟପ୍ରଦେଶରେ ୨୦ ବିଧାୟକ କ୍ରସ୍‌ ଭୋଟିଂ କରିଛନ୍ତି। ସେହିପରି ବିହାର, ଛତିଶଗଡ଼ରୁ ୬ ବିରୋଧୀ ବିଧାୟକ, ଗୋଆରୁ ୪ ଏବଂ ଗୁଜରାଟରୁ ୧୦ ବିରୋଧୀ ବିଧାୟକ ମୁର୍ମୁଙ୍କୁ ଭୋଟ୍‌ ଦେଇଛନ୍ତି । ମହାରାଷ୍ଟ୍ରରେ ୧୬ ଅଣ ଏନ୍‌ଡିଏ ସାଂସଦ ମୁର୍ମୁଙ୍କୁ ସମର୍ଥନ ଦେଇଛନ୍ତି । ମେଘାଳୟରେ ୭ ବିଧାୟକ କ୍ରସ୍‌ ଭୋଟିଂ କରିଛନ୍ତି  । ପଞ୍ଜାବ‌ରେ ୨ ଜଣ କ୍ରସ୍‌ ଭୋଟିଂ କରିଛନ୍ତି। ପଶ୍ଚିମବଙ୍ଗ ରେ ଟିଏମ୍‌ସିର ୪ ଜଣ ବିଧାୟକ ଏବଂ ୪ ଜଣ ସାଂସଦ ମୁର୍ମୁଙ୍କ ସମର୍ଥନରେ କ୍ରସ୍‌ ଭୋଟ୍‌ କରିଛନ୍ତି ।  ଉତ୍ତରପ୍ରଦେଶରେ ୧୨ ବିଧାୟକ ଦଳ ବିରୋଧରେ ଯାଇ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି। ଉତ୍ତରାଖଣ୍ଡରେ ୨ ବିଧାୟକ କ୍ରସ ଭୋଟିଂ କରିଛନ୍ତି। ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚା ହେଉଛି । ବିରୋଧୀଙ୍କ ମେଳି ଭାଙ୍ଗିବାରେ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ କାମ ଦେଇଛି ।

 

Leave A Reply

Your email address will not be published.