Latest Odisha News

ନକ୍ସଲଙ୍କ ବିପକ୍ଷରେ ଲଢ଼ୁଥିବା ସିଆରପିଏଫଙ୍କ ବନ୍ଧୁ ସାଜିଛି ଛେଳି

ରାୟପୁର: ସ୍ନେହ ଆଗରେ ସମସ୍ତେ ବନ୍ଧା । ଏହା କୌଣସି ଭେଦଭାବ କରେନି । ମଣିଷ ଓ ଛେଳି ମଧ୍ୟରେ ଏ ଭଳି ଏକ ବନ୍ଧୁତା ଅନେକଙ୍କ ମନରେ ବିଶ୍ୱାସର ମଞ୍ଜି ପୋତିଛି । ଛତିଶଗଡ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ବାଟାଲିୟନ ୧୫୦ ଏବେ ମାଓବାଦୀଙ୍କ ସହ ଲଢ଼େଇ ଜାରୀ ରଖିଛନ୍ତି । ସୁକମାରେ ଚାଲିଥିବା ଏହି ସଂଘର୍ଷ ମଧ୍ୟରେ ସିଆରପିଏଫଙ୍କ ଖାସ ବନ୍ଧୁ ପାଲଟିଛି ଏକ ଛେଳି । ସେ ଏମାନଙ୍କୁ ଛାଡି କେଉଁଆଡେ ଯାଉ ନାହିଁ । ଚାମୁଣ୍ଡା ନାମକ ଏହି ଛେଳିର ବୟସ ୧୦ ବର୍ଷ ହେବ । ୨୦୧୪ରେ କାଂକେରଲାଂକାରେ ଏହି ଛେଳିକୁ ସିଆରପିଏଫ ଯବାନ ମାନେ ପାଇଥିଲେ । ସେତେବେଳେ ୪୫ ଦିନର ଏହି ଛେଳି ମୃତ୍ୟୁ ସହ ସଂଘର୍ଷ କରୁଥିଲା । ବହୁତ ଖୋଜ ଖବର ନେବା ପରେ ଏହାର ମାଲିକକୁ ସେମାନେ ପାଇ ନ ଥିଲେ । ଶେଷରେ ଏହି ଛେଳିକୁ ସେମାନେ କ୍ୟାମ୍ପକୁ ନେଇ ଆସିଥିଲେ ।

ଧିରେ ଧିରେ ଚାମୁଣ୍ଡା ସୁସ୍ଥ ହେବାରେ ଲାଗିଥିଲା । ସେବେଠାରୁ ଏହି ଛେଳି ସେମାନଙ୍କୁ ଛାଡି କେଉଁଆଡେ ଯାଉ ନାହିଁ । ଏପରିକି ଏହି ନିରୀହ ପଶୁର ପ୍ରେମରେ ମଧ୍ୟ ସେମାନେ ପଡି ଯାଇଛନ୍ତି । ତାର ଦେହ ଖରାପ ହେଲା ରାୟପୁର ଯାଇ ଔଷଧ ନେଇ ଆସୁଛନ୍ତି । କ୍ୟାମ୍ପ ଯେତେବେଳେ ଅନ୍ୟ ସ୍ଥାନକୁ ଯାଏ ଏହି ଛେଳି ସବୁ ବୁଝିଲା ପରି ତାଙ୍କ ଗାଡିରେ ଚଢ଼ି ଯାଏ ଏବଂ ସଙ୍ଗରେ ଯାଏ ।

Comments are closed.