Latest Odisha News

BREAKING NEWS

ବନ୍ଧୁକ ଛଡାଇ ସହଯୋଗୀଙ୍କୁ ଗୁଳି କଲେ ଯବାନ, ନିଜକୁ ଗୁଳି ମାରି ଗୁରୁତର

ମାଲକାନଗିରି: ଯବାନଙ୍କ ଉନ୍ମତକାଣ୍ଡ । ସହଯୋଗୀଙ୍କଠାରୁ ବନ୍ଧୁକ ଛଡାଇ ଆଣି ଦୁଇ ଜଣଙ୍କୁ ଗୁଳି କରି ନିଜକୁ ଗୁଳି ମାରି ଗୁରୁତର ହୋଇଛନ୍ତି ଯବାନ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରେ ।

ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି । ମୃତ ଯବାନ ଜଣଙ୍କ ହେଲେ ପ୍ରମୋଦ କୁମାର ସୋରୀ । ଗୁରୁତର ଯବାନ ଗିରିଶ କୁମାର ଏବଂ ସନ୍ତୋଷ ବାଚମଙ୍କୁ ହେଲିକାପ୍ଟର ଯୋଗେ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ମାଲକାନଗିରି ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲା ସେଡବା ସିଆରପିଏଫ କ୍ୟାମ୍ପରେ ୨୪୧ ବାଟାଲିୟନରେ ଜଣେ ଯବାନ ଅନ୍ୟ ଦୁଇ ଯବାନଙ୍କୁ ଗୁଳି କରି ନିଜକୁ ଗୁଳି ମାରିଥିବା ଜଣାପଡିଛି । ଗୁଳି ମାରିଥିବା ଯବାନ ଜଣଙ୍କ ମାନସିକ ଚିକିତ୍ସା ପାଇଁ ଆଇସୋଲେସନ ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ । ସେଠାରେ ଯବାନ ଜଣଙ୍କ ଜଣେ ସହଯୋଗୀଙ୍କ ବନ୍ଧୁକ ଛଡାଇ ଆଣି ତାଙ୍କୁ ଗୁଳିମାଡ କରିଥିଲେ । 

Leave A Reply

Your email address will not be published.