Latest Odisha News

BREAKING NEWS

ଅଶୋଧିତ ତୈଳଦର କମିବା ପରେ କାହିଁକି ଖସୁନି ପେଟ୍ରୋଲ ଓ ଡିଜେଲ୍ ଦାମ ?

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ହ୍ରାସ ପାଇଛି । କିନ୍ତୁ ତଥାପି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଖସୁ ନାହିଁ । ସରକାରୀ ତୈଳ କମ୍ପାନୀଗୁଡ଼ିକ ପୂର୍ବରୁ ଦୈନିକ ୩୦ରୁ ୩୫ ପଇସା ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ାଉଥିଲେ । ଏବେ ଅଶୋଧିତ ତୈଳଦର କମିବା ପରେ କାହିଁକି ଦର ହ୍ରାସ କରୁ ନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ଏପରିକି ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇବ ନାହିଁ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ତୈଳ କମ୍ପାନୀ ସହିଥିବା କ୍ଷତି ଭରଣା ପାଇଁ ଆହୁରି ସମୟ ଦରକାର ।

କ୍ରୁଡ୍ ଅଏଲ୍ ମୂଲ୍ୟ ବ୍ୟାରେଲ୍ ପିଛା ୯୦ ଡଲାର ତଳକୁ ଖସି ଆସିଛି । ଜୁଲାଇ ଶେଷରେ କ୍ରୁଡ୍ ଅଏଲ୍ ବ୍ୟାରେଲ୍ ପିଛା ୧୧୧ ଡଲାର ଥିଲା । ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ ଦର ବଢ଼ୁଥିବା ବେଳେ ଦେଶରେ ତୈଳ କମ୍ପାନୀ ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ାଇ ନଥିଲେ ବୋଲି ଯୁକ୍ତି ବାଢ଼ିଛନ୍ତି ମନ୍ତ୍ରୀ ।

ତେବେ ପ୍ରଶ୍ନ ଉଠୁଛି, ଅନ୍ତର୍ଜାତୀୟ ବଜାରରେ ଦର କମୁଥିଲେ ବି କାହିଁକି ଅଧିକ ଟଙ୍କା ଦେବେ ଜନତା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ଲଗାଇଥିବା ଏକାଧିକ ଟିକସ ହ୍ରାସ ପାଇଁ ଲୋକେ ଦାବି କରୁଛନ୍ତି । ଏପରିକି ପେଟ୍ରୋଲ ଓ ଡିଜେଲକୁ GST ଅନ୍ତର୍ଭୁକ୍ତ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିବା ବେଳେ ସରକାର ରାଜସ୍ୱ ପାଇବା ପାଇଁ ସାମିଲ୍ କରୁ ନାହାନ୍ତି । ପେଟ୍ରୋଲ୍ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ୫୫ ପ୍ରତିଶତ ଟିକସ ନେଉଥିବା ବେଳେ ଡିଜେଲ୍ ଉପରେ ୫୦ ପ୍ରତିଶତ ଟିକସ ନେଉଛନ୍ତି ।

Comments are closed.