Latest Odisha News

ୟୁକ୍ରେନରୁ ଯାଜପୁର ଫେରିଲେ ଓଡ଼ିଆ ଛାତ୍ର ଛାତ୍ରୀ

ଯାଜପୁର:ଦିନକୁ ଦିନ ତୀବ୍ରତର ହେଉଛି ୟୁକ୍ରେନ୍-ଋଷ ଯୁଦ୍ଧ । ତେବେ ୟୁକେନକୁ ପାଠ ପଢିବାକୁ ଯାଇଥିବା ବହୁ ଛାତ୍ରଛାତ୍ରୀ ସେଠାରେ ଫସି ରହିଥିବା ବେଳେ ଅନେକୁ ଛାତ୍ରଛାତ୍ରୀ ନିଜ ଘରକୁ ଫେରିଛନ୍ତି ।

ୟୁକ୍ରେନରୁ ଯାଜପୁରକୁ ଫେରିଛନ୍ତି ଓଡ଼ିଆ ଛାତ୍ର ଛାତ୍ରୀ । ଯାଜପୁର ଜିଲ୍ଲାର ପାଖାପାଖି ୨୪ ଜଣ ଛାତ୍ର ଛାତ୍ରୀ ୟୁକ୍ରେନରେ ଫସି ରହିଥିଲେ ।  ପିଲାମାନଙ୍କୁ ପାଖରେ ପାଇ ଖୁସି ଅନୁଭବ କରିବା ସହ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ର ଛାତ୍ରୀଙ୍କ ବାପା ମା ।

ତେବେ ସେହିଭଳି ଜଣେ ଛାତ୍ର ଯାଜପୁର ବ୍ଲକ ଯାଲପୁର ଗ୍ରାମର ଗୋପୀନାଥ ପାଢ଼ୀ ଆରତୀ ପାଢ଼ୀଙ୍କ ଏକ ମାତ୍ର ପୁଅ ବିକାଶ ଚନ୍ଦ୍ର ପାଢ଼ୀ । ସେ ବିଗତ ୫ ବର୍ଷ ଧରି ୟୁକ୍ରେନରେ ଅଧ୍ୟୟନ କରୁଥିଲେ । ଗାଁ କୁ ଫେରିବା ପରେ ସେଠିକାର ଦୃଶ୍ୟକୁ ବଖାଣିଛନ୍ତି ଛାତ୍ର ।

Comments are closed, but trackbacks and pingbacks are open.