Latest Odisha News

BREAKING NEWS

ଆର୍ୟନ ଖାନଙ୍କୁ ମିଳିବ କି ବେଲ୍ ? ଆଜି ସେସନ୍ସ କୋର୍ଟରେ ଶୁଣାଣି

ମୁମ୍ବାଇ: ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନ ଖାନଙ୍କୁ ଜାମିନ ମିଳିବ କି ନାହିଁ ? ଆଜି ମୁମ୍ବାଇ ସେସନ୍ସ କୋର୍ଟରେ ତାଙ୍କର ବେଲ୍ ଆବେଦନର ଶୁଣାଣି ହେବ । ସ୍ୱତନ୍ତ୍ର NDPS କୋର୍ଟ ବେଲ୍ ପିଟିସନର ଶୁଣାଣି କରିବେ । ମୁମ୍ୱାଇ ମେଟ୍ରୋପଲିଟାନ୍ କୋର୍ଟରୁ ନିରାଶ ହୋଇଥିଲେ ଆର୍ୟନ୍ । ଏବେ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ଅଛନ୍ତି ଆର୍ୟନ ଖାନ୍ । ଜେଲର କ୍ୱାରେଣ୍ଚିନ୍ ହୋମରେ ତାଙ୍କୁ ରଖାଯାଇଛି ।

ମୁମ୍ୱାଇ ଡ୍ରଗ୍ସ କ୍ରୁଜ ମାମଲାରେ ଗତ ୩ ତାରିଖରେ ଗିରଫ ହୋଇଥିଲେ ଆର୍ୟନ୍ ଖାନ୍ । ତାଙ୍କୁ ୭ ଯାଏ ହେପାଜତରେ ନେଇଥିଲା ଏନସିବି । ଏଥିସହ ଏହି ଘଟଣାରେ ଗିରଫ ଅନ୍ୟ ଅଭିଯୁକ୍ତଙ୍କୁ ବି ଜେରା ବେଳେ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୁରାକ । ବିଭିନ୍ନ ସ୍ଥାନରେ ରେଡ୍ କରି ଏନସିବି ଏଯାଏ ୨୦ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଭିତରେ କିଛି ବିଦେଶୀ ନାଗରିକ ବି ଅଛନ୍ତି ।

ଡ୍ରଗ୍ସ ମାଫିଆଙ୍କ ସହ ଲିଙ୍କର ଖୋଳତାଡ ବି ଜାରି ରହିଛି । ଏଭଳି ସ୍ଥିତିରେ ଆଜି ଆର୍ୟନଙ୍କ ବେଲ୍ ଶୁଣାଣକୁ ବିରୋଧ କରିପାରେ ଏନସିବି । କୋର୍ଟରେ ତଥ୍ୟ ପ୍ରମାଣ ସହ ବେଲ୍ ପିଟିସନକୁ ଖାରଜ କରିବାକୁ ଅପିଲ୍ କରିପାରେ ଏନସିବି ।

Leave A Reply

Your email address will not be published.