Latest Odisha News

କ୍ରୁଜ୍ ଡ୍ରଗ୍ସ ମାମଲା; ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରୀଙ୍କୁ ଏନ୍‌ସିବିର ସମନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବାନ୍ଦ୍ରାସ୍ଥିତ ଚଳଚ୍ଚିତ୍ର ନିର୍ମାତା ଇମ୍‌ତିଆଜ ଖତ୍ରୀଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଏନସିବି ଚଢାଉ କରିଛି। ଏନସିବି ତାଙ୍କୁ ଆଜି ପଚରାଉଚରା ପାଇଁ ସମନ କରିଥିବା ଜଣାପଡ଼ିଛି।

ମୁମ୍ବାଇର ଅନେକ ବଡ କଳାକାରଙ୍କ ସହ ଇମ୍‌ତିଆଜଙ୍କ ସମ୍ପର୍କ ରହିଛି। ମୁମ୍ବାଇର ଜଣେ ବଡ ବିଲଡର୍‌ଙ୍କ ପୁଅ ଇମ୍‌ତିଆଜଙ୍କ ଉପରେ ଏହି ଡ୍ରଗ୍ ମାମଲାରେ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି।

ସୁଶାନ୍ତ ସିଂ ରାଜପୁତ ମାମଲାରେ ମଧ୍ୟ ଇମ୍‌ତିଆଜଙ୍କ ନାଁ ସାମ୍‌ନାକୁ ଆସିଥିଲା। ସ୍ୱର୍ଗତ ଅଭିନେତାଙ୍କୁ ଡ୍ରଗ୍ସ ଯୋଗାଉଥିବା ଅଭିଯୋଗ ହୋଇଥିଲା।

ଅକ୍ଟୋବର ୨ ତାରିଖ ରାତିରେ ଏନ୍‌ସିବି ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମାଲାରେ ଶାହାରୁଖ୍‌ଙ୍କ ପୁଅ ଆର୍ୟନଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ଶୁକ୍ରବାର ଦିନ କୋର୍ଟ ଆର୍ୟନ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ଆର୍ଯ୍ୟନ ଖାନ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଆର୍ଥର ରୋଡ ଜେଲରେ ରଖାଯାଇଛି।

Comments are closed.