Latest Odisha News

ବୃଦ୍ଧା ଦମ୍ପତିଙ୍କ ପ୍ରେମ କାହାଣୀ; ଅନ୍‌ଲାଇନ୍‌ରେ ସାକ୍ଷାତ ଆଉ ତା’ପରେ ବିବାହ

ନୂଆଦିଳ୍ଲୀ: ପ୍ରେମ ମାନେନା ବୟସ। ବୟସ କେବଳ ଏକ ସଂଖ୍ୟା। ବାସ୍ତବରେ ପ୍ରକୃତ ପ୍ରେମ ଯେକୌଣସି ବୟସରେ ବି ହୋଇଥାଏ। ତେବେ ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ଏହି ବୃଦ୍ଧା ଦମ୍ପତି। ମହାମାରୀ ଯୋଗୁ ‌ଅନେକ ଲୋକ ପରସ୍ପରଠୁ ଅଲଗା ହୋଇଥିବା ବେଳେ ଏହି ଦମ୍ପତିଙ୍କୁ ଏକାଠି କରିପାରିଛି ମହାମାରୀ।

କରୋନା ମହାମାରୀ ସମୟରେ ଜିମ ଆଡାମସ୍ ଏବଂ ଅଡ୍ରି କାଉଟ୍ସ ଏକ ଡେଟିଂ ଆପରେ ମାଧମରେ ଅନଲାଇନରେ ସାକ୍ଷାତ ହୋଇଥିଲେ। ଆଠ ମାସର ଧରି ଡେଟିଂ କରିବା ପରେ ଏହି ଦମ୍ପତି ସେପ୍ଟେମ୍ବର ୨୫ ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେମାନଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରିପୋର୍ଟ ଅନୁଯାୟୀ, ଚିତ୍ରକାର ତଥା ଅବସରପ୍ରାପ୍ତ ପ୍ରଫେସର ଜିମ ଆଡାମସ୍ ୩୮ ବର୍ଷ ବିବାହ ପରେ ୨୦୧୭ ମସିହାରେ ନିଜ ପତ୍ନୀଙ୍କୁ ହରାଇଥିଲେ। ମହାମାରୀ ସମୟରେ, ୭୮ ବର୍ଷ ବୟସ୍କା ୫୦ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଉପଲବ୍ଧ ଥିବା ଏକ ଅନଲାଇନ୍ ଡେଟିଂ ଆପରେ ଯୋଗ ଦେଇଥିଲେ। ସେଠାରେ ସେ ୭୯ ବର୍ଷିୟା ଅବସରପ୍ରାପ୍ତ ଇନ୍‌ସୁରାନ୍ସ ବ୍ରୋକର୍‌ ଅଡ୍ରିଙ୍କ ସହ ସାକ୍ଷାତ ହୋଇଥିଲା। ଅଡ୍ରିଙ୍କର ୩୩ ବର୍ଷ ପୂର୍ବରୁ ଛାଡପତ୍ର ହୋଇସାରିଥିଲା।

ଜିମ କହିଛନ୍ତି, “ମୁଁ ସାଇଟରେ ପ୍ରଥମ ଦିନ ପ୍ରବେଶରେ ହିଁ ଅଡ୍ରିଙ୍କୁ ଭେଟିଥିଲି। ତାଙ୍କୁ ଖୋଜିବା ପାଇଁ ମାତ୍ର ଗୋଟିଏ ଦିନ ଲାଗିଥିଲା।

Leave A Reply

Your email address will not be published.