ଭୁବନେଶ୍ୱର: ଏଣିକି ଯାତାୟାତ ହେବ ଆହୁରି ସରଳ l ବସ ଭିଡକୁ ନେଇ ଏବେ ଆଉ ହନ୍ତସନ୍ତ ହେବେନି ଯାତ୍ରୀ l କାରଣ ଖୁବଶୀଘ୍ର ଭୁବନେଶ୍ୱରରେ ଚାଲିବାକୁ ଯାଉଛି ଡବଲ୍ ଡେକର୍ ଇ-ବସ୍ l ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କଲା କ୍ରୁଟ l ଘରୋଇ ସଂସ୍ଥାଙ୍କୁ ଟେଣ୍ଡର୍ ଆହ୍ବାନ କଲା କ୍ରୁଟ l ପ୍ରାରମ୍ଭିକ ପର୍ଯ୍ୟାୟରେ ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲାରେ ଏହି ବସ ଚାଲିବ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି l
ତେବେ ପ୍ରଥମ ପର୍ଯ୍ୟାୟରେ ଆସିବ ୫ଟି ଡବଲ୍ ଡେକର୍ l ଡବଲ୍ ଡେକର୍ ଇ-ବସ୍ ପାଇଁ ୧୦ ବର୍ଷିଆ ଚୁକ୍ତି ହେବ l ସପ୍ଲାଏ, ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ ସଂପୃକ୍ତ ସଂସ୍ଥା ଯୋଗାଇବ l ଆବଶ୍ୟକ ପଡ଼ିଲେ ଆହୁରି ୨ ବର୍ଷ ଚୁକ୍ତି ବଢ଼ା ଯାଇପାରେ ବୋଲି ସୂଚନା ମିଳିଛି l
କହିରଖୁଛୁ ଯେ ବେଷ୍ଟ ଦ୍ୱାରା ପରିଚାଳିତ ଲାଲ ରଙ୍ଗର ଡବଲ୍ ଡେକର୍ ବସ୍ ୧୯୩୭ ମସିହାରୁ ଅର୍ଥାତ ବ୍ରିଟିଶ ସରକାରଙ୍କ ଶାସନ କାଳରୁ ପ୍ରଥମେ ମୁମ୍ବାଇ ସହରର ରାଜରାସ୍ତାରେ ଗଡୁଥିଲା। ବେଷ୍ଟ ଦ୍ୱାର ପରିଚାଳିତ ଏହି ଡିଜେଲ ଚାଳିତ ଡବଲ୍-ଡେକର୍ ବସକୁ ମୁମ୍ବାଇ ସହରର ପରିଚୟ ଭାବରେ ବିବେଚନା କରାଯାଉଥିଲା। କିନ୍ତୁ ଗତବର୍ଷ ମୁମ୍ବାଇରେ ଏହି ବସ ସେବାକୁ ବନ୍ଦ କରିଥିଲେ ସରକାର l
Comments are closed.