Latest Odisha News

ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରୁଦ୍ଧଦ୍ୱାର ବୈଠକ

ପୁରୀ: ଗୋଟିଏ ପଟେ ନାଗପୁରରୁ ଭିଡିଓ କନ୍‌ଫରେନ୍ସିଂରେ ପ୍ରଧାନ ବିଚାରପତି ରଥଯାତ୍ରା ସମ୍ପର୍କିତ ମାମଲାର ଶୁଣାଣି କରିବେ । ଏପଟେ ଶ୍ରୀକ୍ଷେତ୍ରରେ ବସିଛି ଗୁରୁତ୍ୱର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ଜିଲ୍ଲାପାଳ ବଲବନ୍ତ ସିଂହଙ୍କ ମଧ୍ୟରେ ରୁଦ୍ଧଦ୍ୱାର ଆଲୋଚନା ଚାଲିଛି । ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟିର କିଛି ସଦସ୍ୟ ମଧ୍ୟ ସାମିଲ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ଜାଗା ଖାଲି କରିବାକୁ ସବୁ ଉଠା ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ଜାଗା ଖାଲି କରିବାକୁ ଉଠା ଦୋକାନୀ ଓ ବ୍ୟବସାୟୀଙ୍କୁ ପୁରୀ ମ୍ୟୁନିସପାଲଟି ପକ୍ଷରୁ ଜଣାଇ ଦିଆଯାଇଛି ।

Leave A Reply

Your email address will not be published.