Latest Odisha News

BREAKING NEWS

ହାର୍ଦ୍ଦିକଙ୍କୁ ଟ୍ରେଡ କରିବ କି ନାହିଁ ସ୍ପଷ୍ଟ କରିଛି ଚେନ୍ନାଇ

ମୁମ୍ବାଇ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ କେଉଁ ଟିମ ପକ୍ଷରୁ ଖେଳିବେ ସେ ନେଇ ଆଲୋଚନା ଜୋର ଧରିଛି । ଏପରିକି ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ଟ୍ରେଡ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ନିକଟରେ ହାର୍ଦ୍ଦିକ ମୁମ୍ବାଇରୁ ବେଙ୍ଗାଲୁର ଶିଫ୍ଟ ହୋଇଛନ୍ତି । ଏବେ ହାର୍ଦ୍ଦିକଙ୍କୁ ଟ୍ରେଡ କରିବ କି ନାହିଁ ଚେନ୍ନାଇ ସ୍ପଷ୍ଟ କରିଛି । ସିଏସକେର ସିଇଓ କାଶୀ ବିଶ୍ୱନାଥ କହିଛନ୍ତି ହାର୍ଦ୍ଦିକଙ୍କୁ ନେଇ ଆମେ କୌଣସି ଆଲୋଚନା କରି ନାହୁଁ । ତାଙ୍କୁ ନେଇ ଟିମର କୌଣସି ଯୋଜନା ମଧ୍ୟ ନାହିଁ । ଏ ପର୍ଯ୍ୟନ୍ତ ଆମେ ସିଏସକେ ପ୍ରଦର୍ଶନ ନେଇ ରିଭ୍ୟୁ କରି ନାହୁଁ । ଏମଏଲସି ସିଜନ ଶେଷ ହେବା ପରେ ଆମେ ଏ ସମ୍ପର୍କରେ ଆଲୋଚନା କରିବୁ ।

ପୂର୍ବରୁ ହାର୍ଦ୍ଦିକଙ୍କୁ ନେବା ପାଇଁ ୭ ଟିମ ମଧ୍ୟରେ ମୁକାବିଲା ହେଉଛଇ ବୋଲି ଖବର ପ୍ରକାଶ ପାଇଥିଲା । କେକେଆର ଓ ସିଏସକେ ଆଗରେ ଅଛନ୍ତି ବୋଲି କୁହାଯାଉଥିଲା । ଏବେ ସିଏସକେ ସ୍ପଷ୍ଟ କରିବା ପରେ ହାର୍ଦ୍ଦିକ କେଉଁ ଟିମକୁ ଯିବେ ତାହା ଏବେ ଜଣାପଡିନି । ଆଇପିଏଲ ନିଲାମ ପୂର୍ବରୁ ସ୍ଥିତି ସ୍ପଷ୍ଟ ହେବ । ବିସିସିଆଇ ଏ ପର୍ଯ୍ୟନ୍ତ କେବେ ନିଲାମ ହେବ ତାର ତାରିଖ ଘୋଷଣା କରିନି । ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇ କ୍ରମାଗତ ୩ଟି ସିଜନରେ ଖରାପ ପ୍ରଦର୍ଶନ କରିଛି ।

Leave A Reply

Your email address will not be published.