Latest Odisha News

BREAKING NEWS

ପ୍ଲେ ଅଫ ପ୍ରବେଶ ପାଇଁ ଆରସିବିକୁ ଚେନ୍ନାଇ ସ୍କୋର ୨୦୦ ରନ ତଳେ ରଖିବାକୁ ପଡିବ

ବେଙ୍ଗାଲୁର: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୨୦୧୯ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି । ବର୍ଷା ଯୋଗୁ ମ୍ୟାଚ ବାତିଲ ହେଲେ କିମ୍ବା ଚେନ୍ନାଇ ଯଦି ୨୦୦ରୁ ଅଧିକ ରନ କରେ ତାହାହେଲେ ବି ମ୍ୟାଚରେ ପରାଜିତ ହେଲେ ମଧ୍ୟ ପ୍ଲେ ଅଫକୁ ଉନ୍ନୀତ ହେବ । ଅପରପକ୍ଷରେ ଆରସିବିକୁ ଚେନ୍ନାଇ ସ୍କୋର ୨୦୦ ତଳେ ରଖିବାକୁ ପଡିବ । ବର୍ଷାର ଆଶଙ୍କା ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚରେ ଆରସିବିର ଦୁଇ ଓପନର ଫାପ ଡୁ ପ୍ଲେସି ଓ ବିରାଟ କୋହଲି ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । କୋହଲି ୨୯ ବଲରୁ ୪୭ ଓ ଡୁ ପ୍ଲେସି ୩୯ ବଲରୁ ୫୪ ରନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରଜତ ପାଟୀଦାର (୪୧), କାମେରୁନ ଗ୍ରୀନ(୩୮ ନଟଆଉଟ) ଏବଂ ଦୀନେଶ କାର୍ତିକ ୬ ବଲରୁ ୧୪ ଓ ଗ୍ଲେନ ମ୍ୟାକ୍ସୱେଲ ୫ ବଲରୁ ୧୬ ରନ କରିଥିଲେ । ଶାର୍ଦ୍ଦୁଳ ଠାକୁର ୨ଟି ୱିକେଟ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ ଓ ମିଚେଲ ସାଂଟେନର ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ଟସ ଜିତି ଚେନ୍ନାଇ ଅଧିନାୟକ ରିତୁରାଜ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ ।

Leave A Reply

Your email address will not be published.