Latest Odisha News

BREAKING NEWS

ଖରାଦିନେ ଖାଆନ୍ତୁ ଦହି, ମିଳିବ ଏହିସବୁ ଫାଇଦା

ଭୁବନେଶ୍ଵର: ଖରାଦିନ ଆସିଲେ ଆମେ ସମସ୍ତେ ଥଣ୍ଡା ଜାତୀୟ ଖାଦ୍ୟ ଓ ପାନୀୟ ସେବନ କରିବା ଆରମ୍ଭ କରିଦେଉ; ଯଦ୍ଦ୍ବାରା ଆମ ଶରୀରକୁ ଶୀତଳତା ମିଳିଥାଏ। ଯେମିତିକି ତରଭୁଜ, ଖରଭୁଜ, ଲେମ୍ବୁପାଣି, ଲସି, ଆମ୍ବ ପଣା, ଦହି ସରବତ୍‌ ଇତ୍ୟାଦି। ଖରାଦିନ ଆରମ୍ଭ ହେବା ମାତ୍ରେ ଦହିର ଚାହିଦା ଚାରିଆଡେ ବଢ଼ିବାରେ ଲାଗେ। ଦହି ଶରୀରକୁ ଥଣ୍ଡା ରଖିବା ସହିତ ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ। ଦହିରେ ପ୍ରୋଟିନ ସହ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ। ଦହି ଖାଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ପେଟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ ।ଖରାଦିନରେ ବିଶେଷ କରି ଦହି ଲସି ଓ ସରବତ ପିଇବା ଖୁବ ଲାଭଦାୟକ।

ଦହି ଆମର ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ୍‌ କରିବା ସଙ୍ଗେସଙ୍ଗେ ଆମ ସ୍ବାସ୍ଥ୍ୟକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଦାନ୍ତ ଓ ହାଡ଼ ପାଇଁ ବି ଦହି ଖାଇବା ଉତ୍ତମ। ଶରୀରରେ କୋଲେଷ୍ଟ୍ରୋଲ୍‌ର ମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ବି ଦହି ସାହାଯ୍ୟ କରେ। ତେଣୁ ଯେଉଁମାନେ ଓଜନ କମାଇବା ପାଇଁ ଚାହୁଁଥାନ୍ତି, ତାଙ୍କ ପାଇଁ ଦହିର ସେବନ ଭଲ ପରିଣାମ ଦେଇଥାଏ। ଏଥିସହିତ ଖରାଦିନେ ଦହି ଖାଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ। ଖରାଦିନେ ପ୍ରଚୁର ଗରମ ଯୋଗୁ ଶରୀରରୁ ଜଳୀୟ ଅଂଶ କମିଯାଇ ଆମକୁ ଥକ୍କା ଲାଗିଥାଏ। ଏ କ୍ଷେତ୍ରରେ ଯଦି ପ୍ରତିଦିନ ଦହି ସରବତ୍‌ କିମ୍ବା ଦହି ପଖାଳ ଖିଆଯାଏ, ତା’ହେଲେ ଶରୀରରେ ଜଳୀୟ ଅଂଶ ନିୟନ୍ତ୍ରଣରେ ରହିବା ସହ ଆମକୁ ତାଜା ଅନୁଭବ ହୋଇଥାଏ।

Leave A Reply

Your email address will not be published.