Latest Odisha News

BREAKING NEWS

୨୦୧୮ରୁ୨୨ ମଧ୍ୟରେ କୁଆଡେ ଗଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଗଛ

ନୂଆଦିଲ୍ଲୀ:ଭାରତରେ ୨୦୧୮ରୁ ୨୨ ମଧ୍ୟରେ ୫୦ ଲକ୍ଷରୁ ଅଧିକ ଗଛ ଗାଏବ ହୋଇଯାଇଛି ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ନେଥ ପରିବେଶବିତ ଓ ବଦ୍ଧିଜୀବୀମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ନେଚର ସଷ୍ଟେନବିଲିଟି ନାମକ ଏକ ପତ୍ରିକାରେ ଏ ସମ୍ପର୍କରେ ତଥ୍ୟା ପ୍ରକାଶ ପାଇଛି । ଆଧୂନିକୀକରଣ ଓ ନୂତନ କୃଷି ପ୍ରଣାଳୀ ଯୋଗୁ ଅନେକ ଗଛ ଗାଏବ ହୋଇଛି । ନୂତନ ପ୍ରକାରର କୃଷି ପ୍ରଣାଳୀ ଯୋଗୁ ବଡ ଗଛ ହଟାଯାଇ ଛୋଟ ଛୋଟ ଜମି ସୃଷ୍ଟି କରାଯାଇ ଚାଷ କରାଯାଉଛି । କମ ସ୍ଥାନ ନେଉଥିବା ଗଛକୁ ରଖା ଯାଉଥିବା ବେଳେ ଅନ୍ୟଗୁଡିକ ହଟେଇ ଦିଆଯାଉଛି କିମ୍ବା କଟାଯାଉଛି । ପରିବେଶ ଅପେକ୍ଷା ଏବେ ପରିସ୍ଥିତି ଅନୁସାରେ ଚାଷ ପ୍ରଣାଳୀକୁ ଗୁୁରୁତ୍ୱ ଦିଆଯାଉଛି । କୃଷି ଭାରତର ଏକ ଅଭିନ୍ୟ ଅଙ୍ଗ । ଏହାର ବିସ୍ତାର ଅନ୍ୟ ଗଛ ଲୋପ ପାଇବାର ମୂଖ୍ୟ କାରଣ ସାଜିଛି ।

୬୦ କୋଟି କୃଷି ଭୂମିରେ ଲାଗିଥିବା ଗଛକୁ ମ୍ୟାପିଂ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଆଗକୁ ଏହା ଆହୁରି ବଢ଼ିବ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ରାସ୍ତା ପ୍ରଶସ୍ତୀକରଣ, ଗୃହ ନିର୍ମାଣରେ ଗଛ ଗୁଡିକ ବଳି ପଡୁଥିଲା । ପୂର୍ବରୁ ୨୦୧୮ ବେଳକୁ ୧୧ ପ୍ରତିଶତ ବଡ ଗଛ କଟା ଯାଇଥିଲା । ଅତ୍ୟାଧୁନିକ ଜ୍ଞାନକୌଶଳରେ ବଡ ବଡ ଗଛ ସ୍ଥାନାନ୍ତରିିତ କରାଯିବା ପରେ ତାହା ବଂଚିଲା କି ନାହିଁ ତାହା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହୁନି । ବଡ ଗଛ ଗାଏବ ହେଲେ ପରିବେଶ ପ୍ରତି ବିପଦକୁ ଡାକି ଆଣିବ ବୋଲି ସେମାନେ ଚେତାଇ ଦେଇଛନ୍ତି ।

Leave A Reply

Your email address will not be published.