ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ କ୍ରିକେଟର ତଥା ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ବ୍ୟାଟର ରୁତୁରାଜ ଗାଏକ୍ୱାଡ଼। ଗତକାଲି(ଜୁନ ୨) ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଉତ୍କର୍ଷା ପାୱାରଙ୍କୁ ବିବାହ କରିଛନ୍ତି।
ଚଳିତ ସିଜନରେ ଚେନ୍ନାଇ ପାଇଁ ରୁତୁରାଜ ଗାଏକ୍ୱାଡ଼ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ଦଳକୁ ପଞ୍ଚମ ଟାଇଟଲ ଜିତାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ରୁତୁରାଜଙ୍କୁ ୱାର୍ଲ୍ଡ କପ୍ ଟେଷ୍ଟ ଚାମ୍ପିୟନ୍ସିପ୍ ଫାଇନାଲ୍ ପାଇଁ ଷ୍ଟାଣ୍ଡବାୟରେ ରଖାଯାଇଥାନ୍ତା। ହେଲେ ବିବାହ ପାଇଁ ନିଜକୁ ଏଥିରୁ ଦୂରେଇ ରଖିଛନ୍ତି।
View this post on Instagram
ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ କରି ବିବାହ ସମ୍ପର୍କରେ ସୂଚନା ଦେଇଛନ୍ତି ରୁତୁରାଜ। ରୁତୁରାଜଙ୍କ ପତ୍ନୀ ଉତ୍କର୍ଷା ମଧ୍ୟ ଜଣେ କ୍ରିକେଟର। ସେ ଘରୋଇ କ୍ରିକେଟ୍ରେ ମହାରାଷ୍ଟ୍ର ପାଇଁ ମ୍ୟାଚ୍ ଖେଳନ୍ତି। ଚଳିତ ସଂସ୍କରଣରେ ଗୁଜରାଟ ବିରୋଧରେ ଚେନ୍ନାଇରେ ବିଜୟରେ ଉତ୍କର୍ଷାଙ୍କୁ ଦେଖିବା ସେଲିବ୍ରେଟ୍ କରୁଥିବାର ଦେଖାଯାଇଥିଲା।
ଋତୁରାଜ ଓ ଉତ୍କର୍ଷାଙ୍କ ବିବାହରେ ଶିବମ ଦୁବେ ଓ ପ୍ରଶାନ୍ତ ସୋଲଙ୍କୀ ଭଳି କ୍ରିକେଟର ଯୋଗ ଦେଇଥିବା ବେଳେ ଶିଖର ଧୱନ, ରାଶିଦ ଖାନ, ଶ୍ରେୟସ ଆୟର, ଉମ୍ରାନ ମଲ୍ଲିକ ଭଳି ଖେଳାଳି ତାଙ୍କୁ ଶୁଭକମାନ ଜଣାଇଛନ୍ତି।