Latest Odisha News

BREAKING NEWS

ଲକ୍ଷ୍ନୌର ପ୍ଲେ ଅଫ ପ୍ରବେଶ ଆଶା ହେଲା କ୍ଷୀଣ, ନିକଟତର ହେଉଛି ଚେନ୍ନାଇ

ଚେନ୍ନାଇ: ଚଳିତ ଆଇପିଏଲରେ ଆରମ୍ଭରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଚେନ୍ନାଇ ସୁପର କିଙ୍ଗସ ଏବେ ଚମତ୍କାର ପ୍ରଦଶନ ଜାରୀ ରଖି ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ରବିବାର ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ୪ଟି ବଲ ବାକିଥାଇ ଚେନ୍ନାଇ ପରାଜିତ କରିଛି । ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ ବିନିମୟରେ ୨୦୩ ରନ କରିଥିଲା । ଜୋଶ ଇଂଲିଶ ସର୍ବାଧିକ ୮୫ ରନ କରିଥିଲେ । ଶେଷ ଭାଗରେ ଶାହବାଜ ଅହମ୍ମଦ ଦ୍ରୁତ ୪୩ ରନ କରିଥିଲେ ।

୨୦୪ ରନର ଲକ୍ଷ୍ୟକୁ ଚେନ୍ନାଇ ୧୯.୨ ଓଭରରେ ୫ ୱିକେଟ ହରାଇ ହାସଲ କରି ନେଇଥିଲା । ଉର୍ବିଲ ପଟେଲ ୧୩ ବଲରେ ଅର୍ଦ୍ଧଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ସୂତ୍ରଧାର ସାଜିଥିଲେ । ଶିବମ ଦୁବେ ୭ ବଲରୁ ୧୫ ଓ ପ୍ରଶାନ୍ତ ବୀର ୧୨ ବଲରୁ ୧୭ ରନ କରି ଅପରାଜିତ ରହିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ରିତୁରାଜ ଗାଏକ୍ୱାଡ ୪୨ ରନ କରିଥିଲେ । ପରାଜୟ ଯୋଗୁ ଲକ୍ଷ୍ନୌର ପ୍ଲେ ଅଫ ପ୍ରବେଶ ଆଶା ପ୍ରାୟତଃ କ୍ଷୀଣ ହୋଇଛି । ଚେନ୍ନାଇ ୧୧ ମ୍ୟାଚରୁ ୧୨ ପଂଏଟ ହାସଲ କରି ୫ମ ସ୍ଥାନରେ ରହିଛି । ଅପରପକ୍ଷରେ ଚେନ୍ନାଇ ୧୧ ବଲରୁ ୬ ପଂଏଟ ହାସଲ କରି ଶେଷ ସ୍ଥାନରେ ରହିଛି ।

Leave A Reply

Your email address will not be published.