Latest Odisha News

BREAKING NEWS

ବିବାହକୁ ନେଇ ଆସିଲା ନୂଆ ଗାଇଡଲାଇନ୍, ଶୋଭାଯାତ୍ରା ମିଳିଲା ଅନୁମତି

ଭୁବନେଶ୍ୱର : ବିବାହ ଶୋଭାଯାତ୍ରାକୁ ନେଇ ନୂଆଗାଇଡ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡଲାଇନ ଅନୁସାରେ ବ୍ୟାଣ୍ଡ ପାର୍ଟି, ଲାଇଟ ଓ ସାଉଣ୍ଡ ବାଜି ଶୋଭାଯାତ୍ରା ଆଣିବାକୁ ଅନୁମତି ମିଳିଛି ।

ବିବାହରେ ୨୦୦ ଲୋକଙ୍କୁ ଯୋଗ ଦେବାକୁ ଅନୁମତି ମିଳିଛି । ଅନ୍ତିମ ସଂସ୍କାର ପାଇଁ ସର୍ବାଧିକ ୧୦୦ ଜଣ ସାମିଲ ହୋଇପାରିବେ । କରୋନା ସଂକ୍ରମଣ ଭୟ ଏବେ ବି ଥିବାରୁ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଏଥିସହ ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସକୁ ବି ବାଧ୍ୟତାମୂଳକ ରଖାଯାଇଛି ।

Leave A Reply

Your email address will not be published.