ଅନେକ ଦୃଷ୍ଟିରୁ କାକୁଡ଼ି ସ୍ୱାସ୍ଥ୍ୟପାଇଁ ଲାଭଦାୟକ । କେବଳ ସ୍ବାଦ ପାଇଁ ନୁହେଁ, ବରଂ ତ୍ବଚା ପାଇଁ ବି ଏହା ଖୁବ୍ ଉପକାରୀ। ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କରିପାରେ କାକୁଡ଼ି । କାକୁଡ଼ି ଆପଣଙ୍କ ତ୍ବଚାକୁ ଯୁବା ଦିଶିବାରେ ସାହାଯ୍ୟ କରିଥାଏ। ଆପଣ ହୁଏତ ଏକଥା ନିଶ୍ଚୟ ଜାଣିଥିବେ ଯେ ଯେଉଁମାନେ ଡାଏଟ୍ରେ ରୁହନ୍ତି ସେମାନେ ନିଜର ଖାଦ୍ୟ ତାଲିକାରେ କାକୁଡ଼ିକୁ ସାମିଲ୍ କରିଥାଆନ୍ତି । ଚର୍ବି ଖସାଇବା ପାଇଁ କାକୁଡ଼ି ବହୁତ ସହାୟକ ହୋଇଥାଏ।
– ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ କାକୁଡ଼ିକୁ ବ୍ୟବହାର କରି ଥାଆନ୍ତି। କାକୁଡ଼ିରେ ଏକ ପେଷ୍ଟ୍ ପ୍ରସ୍ତୁତ କରି ମୁହଁରେ ଲେପ ଦେଇପାରନ୍ତି । ଏହା ଆପଣଙ୍କ ତ୍ବଚାର ଚମକ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଚେହେରାରୁ ବ୍ରଣ, ଦାଗ ଆଦି କମାଇ ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣ କରିପାରେ ଏହି କାକୁଡ଼ି ।
-କାକୁଡ଼ି ଜୁସ୍ ପ୍ରସ୍ତୁତ କରିବା ପାଇଁ ଗୋଟିଏ କାକୁଡ଼ି, ଗୋଟିଏ ବିଡ଼ା ଧନିଆ ପତ୍ର, ଗୋଟିଏ ଲେମ୍ବୁ, ଗୋଟିଏ ଟେବୁଲ୍ ଚାମଚ ଅଦା ବଟା, ଗୋଟିଏ ଟେବୁଲ୍ ଚାମଚ ଆଲୋବେରା ରସ ଏବଂ ଗୋଟିଏ ଗ୍ଲାସ୍ ପାଣି ନିଅନ୍ତୁ। ଏସବୁକୁ ମିଶାଇ ଗ୍ରାଇଣ୍ଡରେ ପେସି କରି ଜୁସ୍ ତିଆରି କରନ୍ତୁ। ଏହି ଜୁସ୍କୁ ରାତିରେ ଖଟକୁ ଯିବା ପୂର୍ବରୁ ପିଇକରି ଶୁଅନ୍ତୁ। ଆପଣ ଏହାକୁ ୧ ମାସ ରୀତିମତ ପିଇବା ପରେ ଏହାର ପ୍ରଭାବ ନିଜେ ଜାଣିପାରିବେ।
-ପ୍ରତିଦିନ ଦୁଇରୁ ତିନି ଗ୍ଲାସ କାକୁଡି ଜୁସ୍ ପିଅନ୍ତୁ। ଏହା କିଡ୍ନୀକୁ ସୁସ୍ଥ ରଖିବା ସହିତ ପରିସ୍ରା ସମ୍ପର୍କିତ ସମସ୍ତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।
-କାକୁଡିରେ ଅଧିକ ଫାଇବର ଥାଏ। ଏହା ପାଚନତନ୍ତ୍ରକୁ ସ୍ୱାସ୍ଥ୍ୟ ରଖିଥାଏ। ଖାଇବା ପୂର୍ବରୁ ସବୁବେଳେ ଏକ ପ୍ଲେଟ୍ କାକୁଡ଼ି ଖାଇଲେ ବା କାକୁଡି ଜୁସ୍ ପିଇଲେ ପାଚନତନ୍ତ୍ର ଠିକ୍ ରହିଥାଏ।
-କାକୁଡ଼ି ପରି କାକୁଡ଼ି ଜୁସ୍ ମଧ୍ୟ ବହୁତ ଉପକାରୀ । ଆପଣ ଯଦି ନିଜ ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି । ଯଦି ଚର୍ବି ଖସାଇବାକୁ ଚାହାନ୍ତି ତେବେ ଆପଣ କାକୁଡ଼ି ରସକୁ ପିଇପାରନ୍ତି । କାକୁଡ଼ି ରସ ସୁସ୍ଥକର ହେବା ସହ ପତଳା ଶରୀର ପାଇଁ ମଧ୍ୟ ସହାୟକ ହୋଇଥାଏ।
Comments are closed.