Latest Odisha News

BREAKING NEWS

ପୂର୍ବତନ ସହକର୍ମୀଙ୍କୁ ଦାୟୀ କରି ଟ୍ରେନ୍ ଟ୍ରାକରେ ଜୀବନ ହାରିଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ

ସମ୍ବଲପୁର: ମଙ୍ଗଳବାର ରେଳ ଧାରଣାରୁ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ ମିଳିଛି । ମୃତକ କ୍ଷିରୋଦ କୁମାର ନାଥ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ । ସମ୍ବଲପୁର ଜିଲ୍ଲା ସିନ୍ଦୂରପଙ୍କ ନିକଟରୁ କ୍ଷିରୋଦଙ୍କ ମୃତଦେହ ମିଳିଛି । ଟାମ୍ପେରକେଲା ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ କ୍ଷିରୋଦ ନାଥ ୨୦୨୨ ଜୁନ୍ ୩୦ରେ ଅବସର ନେଇଥିଲେ ।

ଟ୍ରେନ୍ ଆଗକୁ ଡେଇଁ କ୍ଷିରୋଦ ନାଥ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ରେଳ ଧାରଣାରେ ମୃତଦେହ ପଡ଼ିଥିବା ବେଳେ ନିକଟରୁ ଏକ ହାତଲେଖା ମିଳିଛି । ଯେଉଁଥିରେ କ୍ଷିରୋଦ ତାଙ୍କର ପୂର୍ବତନ ୪ ସହକର୍ମୀଙ୍କ ନାଁ ଉଲ୍ଲେଖ କରିଛନ୍ତି ।

ସୁଇସାଇଡ୍ ନୋଟରେ ସୁବଳ ବାରିକ, ମୂରାରୀ ପ୍ରସାଦ ପଟେଲ, ଜଗଦୀଶ ସାହୁ ଓ ସଞ୍ଜୀବ ପଟେଲଙ୍କ ନାଁ ଲେଖିଛନ୍ତି କ୍ଷିରୋଦ । ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ଲାଗି ଏହି ୪ ଜଣ ଚାପ ପକାଇଥିବା ଏବଂ ତାଙ୍କୁ ବଦନାମ କରିବା ଲାଗି ଷଡ଼ଯନ୍ତ୍ର କରିଥିବା କ୍ଷିରୋଦ ଲେଖିଛନ୍ତି ସୁଇସାଇଡ୍ ନୋଟରେ ।

ମୃତ କ୍ଷିରୋଦଙ୍କ ଭାଇଙ୍କ କହିବା ଅନୁସାରେ, ସୁଇସାଇଡ୍ ନୋଟରେ ଲେଖାଥିବା ୪ ଜଣଙ୍କ ମଧ୍ୟରେ ଜଣେ କିରାଣିଙ୍କ ସହ ହିନ୍ଦୀ ଶିକ୍ଷକ ଜଗଦୀଶ ସାହୁ ଅଛନ୍ତି । ଅନ୍ୟ ୨ ଜଣ ମଧ୍ୟ ଶିକ୍ଷକ ଅଛନ୍ତି । କ୍ଷିରୋଦଙ୍କ ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.