Latest Odisha News

ଆଇପିଏଲର ବାକି ତକ ମ୍ୟାଚରୁ ଓହରିଲେ ପ୍ୟାଟ କୁମିନ୍ସ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ପ୍ୟାଟ କୁମିନ୍ସ ସିଜନର ବାକି ତକ ମ୍ୟାଚରୁ ଓହରି ଯାଇଛନ୍ତି । ଏହି ଷ୍ଟାର ଅଲରାଉଣ୍ଡର ଆଘାତପ୍ରାପ୍ତ ହୋଇଥିବାରୁ ସ୍ୱଦେଶ ଫେରିଯିବା ପାଇଁ ନିଷ୍ପତି ନେଇଛନ୍ତି । କୋଲକାତା ୧୨ ମ୍ୟାଚ ଖେଳି ୧୦ ପଂଏଟ ହାସଲ କରିଛି । ଆଇପିଏଲ ଫ୍ଲେଅଫ ପ୍ରବେଶ ପାଇଁ ବାକି ୨ଟି ମ୍ୟାଚରେ ବିଜୟ ହାସଲ ସହ ଅନ୍ୟ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବ । ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ପରେ ତୃତୀୟ ଚାମ୍ପିୟନ ଦଳ ଭାବେ କୋଲକାତା ପ୍ଲେ ଅଫରେ ପ୍ରବେଶ କରିବା ପାଇଁ ସଂଘର୍ଷ କରୁଛି । ଉପରୋକ୍ତ ୨ ଟିମ ଏହି ଦୌଡରୁ ବାଦ ପଡି ସାରିଛନ୍ତି ।

ଚଳିତ ଆଇପିଏଲରେ କୁମିନ୍ସଙ୍କୁ ଦଳ ୭ କୋଟି ୨୫ ଲକ୍ଷରେ କ୍ରୟ କରିଥିଲା । ସ୍ୱଦେଶ ଫେରିଯିବା ପରେ ସେ ଡାକ୍ତରଙ୍କ ପରାମର୍ଶ ନେଇ ବିଶ୍ରାମ ନେବେ । ଯଦି ଶ୍ରୀଲଙ୍କା ଗସ୍ତ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇଥିବେ ତାହାହେଲେ ଦଳ ସହିତ ଯିବେ । ଶ୍ରୀଲଙ୍କା ଗସ୍ତରେ ଅଷ୍ଟ୍ରେଲିଆ ୩ଟି ଟି୨୦, ୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବା କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.