Latest Odisha News

ଛୋଟା ସକୀଲର ୨ ସହଯୋଗୀ ଗିରଫ

ନୂଆଦିଲ୍ଲୀ: ଏନଆଇଏକୁ ଆଜି ଏକ ବଡ ସଫଳତା ହାତ ଲାଗିଛି । ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଗ୍ୟାଙ୍ଗରେ ସାମିଲ ଥିବା ଛୋଟା ସକୀଲର ୨ ସହଯୋଗୀ ପୋଲିସ ହାତରେ ଧରା ପଡିଛନ୍ତି । ସେମାନେ ହେଲେ ଆରିଫ ଅବୁବକର ଶେଖ ଓ ଶବିର ଅବବକର । ସେମାନେ ଦକ୍ଷିଣ ମୁମ୍ବାଇରେ ଟେରର ଫାଇନାନସିଂ କାମରେ ସାମିଲ ଥିଲେ । ଦାଉଦଙ୍କ ବେଆଇନ କାର୍ଯ୍ୟକୁ ତଦାରଖ କରୁଥିଲେ । ଭାରତ ବାହାରେ ଥିଲେ ମଧ୍ୟ ଡି-କମ୍ପାନୀ ଭାରତରେ ତାର ଅନୈତିକ କାର୍ଯ୍ୟ ଚଳାଇଛି ।

ଏନଆଇଏ ଏବଂ ଗୋଇନ୍ଦ ସଂସ୍ଥା ତଦନ୍ତ ଯୋଗୁ ଏମାନଙ୍କ ସହ ସମ୍ପୃକ୍ତ ଥିବା ୨୧ଜଣଙ୍କୁ ସମନ କରାଯାଇଛି । ସମସ୍ତଙ୍କୁ ଜେରା କଲେ ଦାଉଦ ସମ୍ପର୍କରେ ଅନେକ କିଛି ତଥ୍ୟ ସମ୍ମୁଖକୁ ଆସିବ ବୋଲି ଏନଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏନଆଇଏର ଘନ ଘନ ରେଡ ଯୋଗୁ ସମ୍ପତି ଏବଂ ତଥ୍ୟ ମିଳିବାରେ ଲାଗିଛି । ଗିରଫ ସହଯୋଗୀଙ୍କୁ ଏନଆଇଏ ସ୍ପେଶାଲ କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ଅଣାଯିବ ।

Leave A Reply

Your email address will not be published.