Latest Odisha News

BREAKING NEWS

ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ରାତି ୮ଟାରୁ ପୁରୀରେ ଲାଗିବ କର୍ଫ୍ୟୁ

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି । ଶାନ୍ତିଶୃଙ୍ଖଳାରେ ଓ ସୁରୁଖୁରୁରେ ବାହୁଡ଼ା ଯାତ୍ରା ସାରିବା ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ବିନା ଭକ୍ତରେ ବାହୁଡ଼ା ଯାତ୍ରା ପାଇଁ ଆଜିଠାରୁ ପୁରୀ ସହରରେ ଲାଗିବ ୧୪୪ ଧାରା । ଆଜି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ଯାଏ କର୍ଫ୍ୟୁ ଲାଗିବ । ବଡ଼ଦାଣ୍ଡରେ ଫ୍ଲାଗମାର୍ଚ୍ଚ ଓ ଶାନ୍ତିଶୃଙ୍ଖଳା ବଜାୟ ପାଇଁ ଗଠନ ହୋଇଛି ୨୦ଟି ପୋଲିସ ଟିମ୍ ।

ପୁରୀକୁ ସମସ୍ତ ପ୍ରବେଶ ପଥ ସିଲ୍ ହେବ । ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍ କରିବ ପୋଲିସ । ଆଜି ରାତି ୮ଟା ପରେ ବାହାର ଲୋକଙ୍କୁ ପୁରୀରେ ପ୍ରବେଶ ମନା । ନିୟମର ଉଲ୍ଲଂଘନ କରି ପୁରୀରେ କେହି ପ୍ରବେଶ ଉଦ୍ୟମ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଗତକାଲି ପୁରୀରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଥିଲେ ଆଇନଶୃଙ୍ଖଳା ଏଡିଜି ।

Leave A Reply

Your email address will not be published.