Latest Odisha News

BREAKING NEWS

ଓଡ଼ିଶାରେ ଦୁଇ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ପଜିଟିଭ୍ ହାର ୨.୩୬%

ଭୁବନେଶ୍ୱର: ରାଜ୍ୟରେ ଦୁଇ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ଶହ ୪୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୯୫୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୯୩ । ଗତକାଲି ଅପେକ୍ଷା ୨୪ ଘଣ୍ଟାରେ ପାଖାପାଖି ୮ହଜାର କମ୍ ଟେଷ୍ଟିଂ ହୋଇଛି । ଗତକାଲି ୭୭ହଜାର ୫୧୯ ନମୁନା ପରୀକ୍ଷା ହୋଇଥିବା ବେଳେ ୨୪ ଘଣ୍ଟାରେ ୬୯ହଜାର ୮୧୨ ଟେଷ୍ଟ ହୋଇଛି । ଆଜି ପଜିଟିଭ୍ ହାର ରହିଛି ୨.୩୬ ପ୍ରତିଶତ ।

କଟକ ଜିଲ୍ଲାରୁ ସର୍ବାଧିକ ୩୩୫ ପଜିଟିଭ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୩୦ ସଂକ୍ରମିତ । ଯାଜପୁରରୁ ୧୧୩ ଓ ଜଗତସିଂହପୁର ଜିଲ୍ଲାରୁ ୧୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ୨୬ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଏଥିରୁ ୭ଟି ଜିଲ୍ଲାରେ ଦୁଇ ଅଙ୍କ ଭିତରେ ରହିଛି ସଂକ୍ରମିତଙ୍କ ସଂଖ୍ୟା ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୫୫ହଜାର ୯୭୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୩୦ହଜାର ୪୧୮ ଆକ୍ରାନ୍ତ । ଏବେ ରାଜ୍ୟରେ ୨୦ହଜାର ୩୮୭ ଆକ୍ଟିଭ୍ କେସ୍ ରହିଛି । ଆକ୍ଟିଭ୍ କେସ୍ ଗ୍ରୀନ୍ ଜୋନରେ ୨୬ ଜିଲ୍ଲା ଥିବା ବେଳେ ପଜିଟିଭିଟିରେ ସବୁଜ କ୍ଷେତ୍ରରେ ଅଛି ୨୯ ଜିଲ୍ଲା ।

Leave A Reply

Your email address will not be published.