Latest Odisha News

ଆଜି ଆଡ଼ପମଣ୍ଡପରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ପୁରୀ: ଜନ୍ମବେଦୀରେ ସରି ଆସିଲା ମହାପ୍ରଭଙ୍କ ଲୀଳାଖେଳା । ଆଜି ଆଡ଼ପମଣ୍ଡପରେ ସନ୍ଧ୍ୟା ଦର୍ଶନ । ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚାମନ୍ଦିର ଯାଇଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଜନ୍ମବେଦୀରେ ଆଜି ଶେଷ ଦର୍ଶନ । ବିଶ୍ୱାସ ରହିଛି, ତ୍ରିକାଳରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ, ତାହା ଗୋଟିଏ ଦିନ ଅର୍ଥାତ ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନରୁ ପ୍ରାପ୍ତି ହୋଇଥାଏ ।

ଆଡ଼ପମଣ୍ଡପରେ ଏହି ଦର୍ଶନ ପାଇଁ ପ୍ରତିବର୍ଷ ପ୍ରବଳ ଭିଡ଼ ହୁଏ । ଏବର୍ଷ କରୋନା ଯୋଗୁ ସନ୍ଧ୍ୟା ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ସନ୍ଧ୍ୟା ଦର୍ଶନ ନୀତିକୁ ରାତି ୧୦ଟା ଭିତରେ ଶେଷ କରି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି । ରାତି ୧୦ଟାରେ ପହୁଡ଼ ପରେ ବିଳମ୍ବିତ ରାତି ଯାଏ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ ।

ଆସନ୍ତାକାଲି ମହାପ୍ରଭୁ ବାହୁଡ଼ା ଯାତ୍ରାରେ ଜନ୍ମବେଦୀ ଛାଡ଼ି ବଡ଼ଦେଉଳ ଅଭିମୁଖେ ବାହାରିବେ । ଏଥିପାଇଁ ନୀତି ନିର୍ଘଣ୍ଟ ହୋଇଛି । ସମସ୍ତ ନୀତିକାନ୍ତି ଓ ପହଣ୍ଡି ପରେ ଦିନ ୧୨ଟାରେ ହେବ ରଥଟଣା । ୨୧ ତାରିଖରେ ରଥ ଉପରେ ସୁନାବେଶ, ଜୁଲାଇ ୨୨ରେ ଅଧରପଣା ଓ ୨୩ ତାରିଖରେ ନୀଳାଦ୍ରି ବିଜେ ରହିଛି ।

Leave A Reply

Your email address will not be published.