Latest Odisha News

ଭରତପୁର ଥାନା ବର୍ବରତା: ସତ ବଖାଣିଲେ ମେଜରଙ୍କ ବନ୍ଧବୀ

ଭୁବନେଶ୍ଵର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣା । ଘଟଣା ଦିନର କଳା କାହାଣୀ ବଖାଣିଲେ ମେଜରଙ୍କ ବାନ୍ଧବୀ । କିଭଳି ତାଙ୍କୁ ଆଇଆଇସି ଯୌନ ନିର୍ଯାତନା ଦେଇଥିଲେ ସେ ନେଇ ସମ୍ପୁର୍ଣ୍ଣ କଥା କହିଲେ ମେଜରଙ୍କ ବାନ୍ଧବୀ ।

ଆଜି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଭରତପୁର ଥାନାର ଅସଲ ଚେହେରା ପଦାରେ ପକାଇଛନ୍ତି ପିଡିତା  । ତାଙ୍କ କହିବା ଅନୁସାରେ, ୧୫ ତାରିଖ ରାତି ୧ଟାରେ ରେଷ୍ଟୁରାଣ୍ଟ ବନ୍ଦ କରି ଗୁରୁବଂଶଙ୍କ ସହ ସେ ଫେରୁଥିଲେ । ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ । ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ଜଣେ ପୁରୁଷ ଅଫିସର ଆସି ଗୁରୁବଂଶଙ୍କୁ ହାଜତରେ ପୂରାଇଦେଇଥିଲେ । ମହିଳା ବନ୍ଧବୀ ଜଣଙ୍କ ପ୍ରତିବାଦ କରିବାରୁ ୨ ଜଣ ମହିଳା ପୋଲିସ ତାଙ୍କୁ ମାଡ ମାରିଥିଲେ । ଏପରିକି ଜଣେ ଲେଡି କନଷ୍ଟେବଳ ତାଙ୍କର ଗଳା ଚିପିବାରୁ ନିଜକୁ ବଞ୍ଚେଇବାକୁ ସେ ତାଙ୍କ ହାତ କାମୁଡ଼ି ଦେଇଥିବା କଥା କହିଛନ୍ତି ମେଜରଙ୍କ ବାନ୍ଧବୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨ ଜଣ ମହିଳା ପୋଲିସ ତାଙ୍କ ହାତ ଗୋଡ଼ ବାନ୍ଧି ଗୋଟିଏ ରୁମ୍‌ରେ ପୂରାଇଦେଲେ । ୨ ଜଣ ପୁରୁଷ ପୋଲିସ ତାଙ୍କୁ ତଳେ ପକାଇ ବିଧା ଗୋଇଠା ମାରିଥିଲେ । ଏହାପରେ ଭୋର୍ ସମୟରେ ସେଠାରେ ଆଇଆଇସି ପହଞ୍ଚି ଫିଜିକାଲ ଆସଲ୍ଟ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ମେଜରଙ୍କ ବାନ୍ଧବୀ ।

Leave A Reply

Your email address will not be published.