Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀମହାପ୍ରସାଦର ମହିମା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ଆଲୋଚନା କରିବା ସମୟରେ ଦୁଇଟି ଶବ୍ଦ ବିଶେଷ ପ୍ରୟୋଗ ହୋଇଥାଏ । ପ୍ରଥମଟି” ଅମୁଣିହାଁ “ଓ ଦ୍ଵିତୀୟଟି “ଅଭଡା ” ।ତେବେ ପ୍ରଥମେ ଜାଣିବା “ମଣୋହି “କଣ, କାରଣ ଯାହା ମଣୋହି ହୋଇନାହିଁ ତାହା ହିଁ ଅମୁଣିହାଁ। ସରଳ ହିସାବରେ ମଣୋହି ହେଲା “ଯାହା ମନକୁ ଘେନେ । ” ଏହା ଦ୍ରାବିଡ଼ ଭାଷାର “ମନାଇ”ଓ ପାଲି ଭାଷାର “ମନlପିକା “ଶବ୍ଦରୁ ଉଦଭୂତ ହୋଇଛି ବୋଲି ଗବେଷକ ମାନେ ମତ ଦିଅନ୍ତି କିନ୍ତୁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଅର୍ପିତ ହେଉଥିବା ସମସ୍ତ ଭୋଜନ ପଦାର୍ଥକୁ ଶ୍ରୀଜୀଉମାନଙ୍କୁ “ମଣୋହି ” କରାଗଲା ବୋଲି କୁହାଯାଇଥାଏ। ଏଥିରୁ ଜଣାପଡୁଛି ଭୋଜନ ପଦାର୍ଥ ଶ୍ରୀଜୀଉମାନଙ୍କୁ ଅର୍ପଣ ପୂର୍ବରୁ ଅମୁଣିଆ ଭାବରେ ବିବେଚନା କାରାଯାଏ। ଏଠାରେ ଆଉ ଏକ ସୁନ୍ଦର ବିଷୟ ଜାଣିବା ଯେ କେବଳ ଭୋଜନ ପଦାର୍ଥ ନୁହେଁ ଭକ୍ତ ଦିବାକର ଦାସଙ୍କ ମତରେ ରଥଯାତ୍ରା ସମୟରେ (ଶ୍ରୀଗୁଣ୍ଡିଚା ଓ ବାହୁଡା଼ ଦିନ )ଭକ୍ତମାନେ ରଥ ଉପରକୁ ଫିଙ୍ଗୁଥିବା ଫଳ ପୁଷ୍ପ, ତୁଳସୀ ଦୟଣା ଇତ୍ୟାଦିକୁ ମଧ୍ଯ ମଣୋହି ପ୍ରସାଦ ରୂପେ ଗ୍ରହଣ କାରାଯାଏ। ଅନ୍ୟ ଏକ ବିଶେଷ କଥା ହେଲା ଶ୍ରୀଜୀଉମାନଙ୍କୁ ଅର୍ପିତ ହୋଇଥିବା ବା ତାଙ୍କର ସେବା ପୂଜା ପାଇଁ ଖଞ୍ଜା ଯାଇଥିବା ସମ୍ପତ୍ତିକୁ
“ଅମୃତ ମଣୋହି ସମ୍ପତ୍ତି “ଭାବରେ ବିବେଚନା କାରାଯାଏ। ଶ୍ରୀଜୀଉମାନଙ୍କୁ ଦୂରରୁ ପରୋକ୍ଷ ଭାବରେ ଅର୍ପିତ ନୈବେଦ୍ୟର ପ୍ରକ୍ରିୟାକୁ କୁହାଯାଏ “ଚକ୍ର ମଣୋହି “.ସତରେ ଶ୍ରୀମନ୍ଦିର ପରମ୍ପରାରେ ପ୍ରଚଳିତ ଏହି” ଅମୂଣିଆ” ଶବ୍ଦଟିର ପ୍ରଚଳନ ଆମେ ବିଶେଶତଃ ରୋଷ ଘରେ ଭୋଜନ ପ୍ରସ୍ତୁତ ପାଇଁ ସଂଗୃହିତ ପଦାର୍ଥକୁ କୁହାଯାଇଥାଏ। କିନ୍ତୁ ବ୍ୟାପକ ଅର୍ଥରେ ଏ ସାରା ସଂସାରର ପ୍ରତେକ ପଦାର୍ଥ ପ୍ରଭୁଙ୍କର “ଅମୂଣିହାଁ “ଭାବେ ବିବେଚିତ ହୋଇ ପାରେ ଏବଂ ଯାହା ପ୍ରଭୁଙ୍କର ମନକୁ ଘେନେ। ତାହା ମଣୋହି ହୋଇଯାଏ । ଏଠାରେ ସନ୍ଥ ଅଚ୍ୟୁତାନନ୍ଦଙ୍କ ରଚନା ମନେ ପଡେ ଯେଉଁଠି ସେ ନିରାକାର ବ୍ରହ୍ମର ଉପାସନା କରି ଲେଖିଛନ୍ତି ।

ଭଜମନ କଳା କହ୍ନlଇ
ଭଜିଲେ ତୋ ଦୁଃଖ ରହିବ ନାହିଁ
ଶୂନ୍ୟ ପୁରୁଷ କୁ ଶୂନ୍ୟରେ ଦେଖଇ
ଆହାର ଭୋଜନ ମୈଥୁନ୍ୟ ନାହିଁ
ନିରାକାର ବ୍ରହ୍ମ କହିଛନ୍ତି ଯାହା
ମର୍ତ୍ୟରେ ସେ ଲୀଳା ଭିଆଣ ପାଇଁ ।

ସତରେ ମର୍ତ୍ୟରେ ଶ୍ରୀଜଗନ୍ନାଥ ନିରାକାରରୁ ସାକାର ହୋଇ ସବୁ ଘେନା କରୁଛନ୍ତି ଆଉ ସବୁ ତାଙ୍କର ଅମୃତ ମଣୋହି ପାଲଟି ଯାଉଛି। ଆଗାମୀ ଅଧ୍ୟାୟରେ ଆଲୋଚନା କରିବା “ଅଭଡ଼ା “ବିଷୟରେ। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ସବୁଦିନ ପରି ।

ସ୍ୱଧର୍ମେ ନିଷ୍ଠା ଯାର ଥିବ
ସେ ପର ନିନ୍ଦା ନ କରିବ ।
ଅଦୃଷ୍ଟ ଦୁଃଖ ସୁଖ ଦିଏ
ଆନେ ଦୂଷିବା ଯୋଗ୍ୟ ନୁହେଁ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.