Latest Odisha News

BREAKING NEWS

ଦିନଟିଏ ବଢ଼ିଲା କଟକ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା

କଟକ : ଗୋଟିଏ ଦିନ ବଢ଼ିଲା ଐତିହାସିକ ବାଲିଯାତ୍ରା । ବୁଧବାର ଶେଷ ହେବାର ଥିଲା ଗୁରୁବାର ସରିବ ବାଲିଯାତ୍ରା । ଏନେଇ ସୂଚନା ଦେଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ଦାବିକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଦୁଇ ଦିନ ବଢ଼ାଇବା ପାଇଁ କଟକ ମେୟରଙ୍କ ତରଫରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଆଉ ଗୋଟିଏ ଦିନ ବଢ଼ାଇବାକୁ ସମ୍ମତି ପ୍ରକାଶ କରିଥିଲେ ।

କାର୍ତ୍ତିକ ପୂର୍ଣ୍ଣିମା ଦିନରୁ ଚାଲିଥିଲା ଏହି ବାଲିଯାତ୍ରା ସାଧାରଣତଃ ବାଲିଯାତ୍ରା ୮ ଦିନ ହୋଇଥାଏ। ତେବେ ଏଥର ଏହାକୁ ୯ ଦିନ କରାଯାଇଥିଲା। କିନ୍ତୁ ଆଜିର ନିଷ୍ପତ୍ତି ପରେ ଚଳିତ ବର୍ଷ ବାଲିଯାତ୍ରା ୧୦ ଦିନ ପାଇଁ ବୃଦ୍ଧି କରାଯାଇଛି ।

ବାଲିଯାତ୍ରା ଦେଖିବାକୁ ପ୍ରତିଦିନ କଟକରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଛି। ବାଲିଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ଯାହା ଲୋକଙ୍କ ମନମୋହୁଛି।

Leave A Reply

Your email address will not be published.