Latest Odisha News

BREAKING NEWS

ଦଙ୍ଗା ମାମଲାରେ ଦୋଷୀ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କଲା ବିଜେପି

ଲକ୍ଷ୍ନୌ: ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେଲେ ମୁଜଫରନଗର ଦଙ୍ଗାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ବିଧାୟକଙ୍କ ପତ୍ନୀ । ଖତୌଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜେପି ରାଜକୁମାରୀ ସୈନିଙ୍କୁ ଟିକେଟ୍ ଦେଇଛି ।

ରାଜକୁମାରୀ ସୈନି ହେଉଛନ୍ତି ପୂର୍ବତନ ବିଧାୟକ ବିକ୍ରମ ସୈନିଙ୍କ ପତ୍ନୀ । ୨୦୧୩ ମୁଜଫରନଗର ଦଙ୍ଗା ସହ ଜଡ଼ିତ ଏକ ମାମଲାରେ ବିକ୍ରମ ସୈନି ଅନ୍ୟ ୧୧ ଜଣଙ୍କ ସହ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଯାହା ପରେ ତାଙ୍କ ବିଧାୟକ ପଦ ରଦ୍ଦ ହୋଇଥିଲା ।

ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ବିକ୍ରମ ସୈନିଙ୍କ ବିରୋଧରେ ୧୯୯୦ରୁ ନେଇ ଆଜି ଯାଏ ୩୨ଟି ମାମଲା ରୁଜୁ ହୋଇଛି । ଏବେ ବିକ୍ରମଙ୍କ ପତ୍ନୀଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ନାନା ଚର୍ଚ୍ଚା ଚାଲିଛି । ଏହି ଆସନରେ ଡିସେମ୍ବର ୫ରେ ମତଦାନ ଓ ୮ ତାରିଖରେ ଭୋଟ୍ ଗଣତି ହେବ ।

Leave A Reply

Your email address will not be published.