ବୁର୍ଲା: ଭିସୁଟର ଜଣେ ଛାତ୍ରୀ ପାୱାର ଚାନେଲକୁ ଡେଇଁ ପଡିଛନ୍ତି। ଛାତ୍ରୀଙ୍କ ନାଁଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ । ଗତକାଲି ରାତି ୧୦ଟାରେ ଚିନ୍ମୟୀ ପାୱାର ଚାନେଲକୁ ଡେଇଁ ପଡ଼ିଛନ୍ତି । ଆତ୍ମହତ୍ୟା ଉଦ୍ଦେଶ୍ୟରେ ସେ ଏପରି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି । ସେ ତାଙ୍କର ଜଣେ ସାଙ୍ଗଙ୍କ ଉପସ୍ଥିତିରେ ଅଚାନକ ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ । ଖବର ପାଇଁ ପୋଲିସ ଖୋଜାଖୋଜି କରିଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିପାରିନାହିଁ ।
କଳାହାଣ୍ଡି ଜିଲ୍ଲା ରାମପୁର ମଦନପୁର ଅଂଚଳର ବାସିନ୍ଦା ଚିନ୍ମୟୀ ପ୍ରିୟଦର୍ଶନୀ ଭିସୁଟରେ ଆଇଟି ବିଭାଗର ସ୍ନାତକ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ। ଗତକାଲି ସମାବର୍ତ୍ତନ ଉତ୍ସବ ଥିଲା । ସେ ତାଙ୍କ ସାର୍ଟିଫିକେଟ୍ ନେବା ପାଇଁ ଭିସୁଟକୁ ଆସିଥିଲେ।
ଗତକଲି ସେ ତାଙ୍କର ଜଣେ ସହପାଠୀଙ୍କ ସହିତ ସେ ପିସି ବ୍ରିଜ୍ ନିକଟକୁ ବୁଲିବାକୁ ଯାଇଥିଲେ । ପିସି ବ୍ରିଜ୍ ଉପରେ ଉଭୟ କଥାବାର୍ତ୍ତା କରୁଥିବା ବେଳେ ଅଚାନକ ସେ ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ । ଟଙ୍କା ସହପାଠୀଙ୍କ କହିବା ଅନୁଯାୟୀ ସେ କୌଣସି କାରଣରୁ ମାନସିକ ବିଷାଦରେ ଥିବା ପରି ଲାଗିଥିଲା। ତେବେ କାହିଁକି ବିଷାଦରେ ଥିଲେ ଜଣ ପଡିନି।
ଗତକାଲି ଖୋଜାଖୋଜି ପରେ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା । ଅନ୍ଧାର ହୋଇଯିବାରୁ ଖୋଜାଖୋଜି ବନ୍ଦ ରହିଥିଲା । ଆଜି ସକାଳେ ପୁଣି ଖୋଜାଖୋଜି ଆରମ୍ଭ ହେବ । ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଆଜି ଖୋଜାଖୋଜି କରାଯିବ ।
BREAKING NEWS
- ୫୪ ବର୍ଷରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଦେହାନ୍ତ
- ଗୁଳିମାଡ଼ ଘଟଣା ପରେ ଏକନାଥ ସିନ୍ଧେଙ୍କ ଆଗରେ କଣ କହିଲେ ଟାଇଗର ?
- ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ ଘଟଣା: ୧୬ ଘଣ୍ଟା ଭିତରେ ୩ ଅଭିଯୁକ୍ତ ଗିରଫ
- ସୁଜାତା କାର୍ତ୍ତିକେୟନଙ୍କ ଡିପ୍ଫେକ୍ ଭିଡିଓକୁ ନେଇ ରାଜନୀତି ସରଗରମ; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି
- ଆମ୍ବୁଲାନ୍ସ ଦୁର୍ଘଟଣାରେ ଆଈ ଓ ନାତୁଣୀ ମୃତ, ୨ ଜଣ ଗୁରୁତର
- ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର ୨ ଆହତ
- ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼: ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ମହାରାଷ୍ଟ୍ର ସରକାର; କାର୍ଯ୍ୟାନୁଷ୍ଠାନ ଦାବି କଲା AICWA
- ୧୭ରୁ ଅଧିକ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍କାଉଣ୍ଟର
- Weather Update: ଦଶହରାରେ ଖରାପ ହେବନି ପାଣିପାଗ, ବର୍ଷାରେ ଭିଜିପାରେ କୁମାର ପୂର୍ଣ୍ଣିମା
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…

Comments are closed.