Latest Odisha News

BREAKING NEWS

ଆଇପିଏଲ ବିଡିଂ ରେ ସାମିଲ୍ ହେବ ବାରବାଟୀ ଷ୍ଟାଡିୟମ !

କଟକ : ଆଇପିଏଲ ବିଡିଂ ରେ ସାମିଲ୍ ହେବ କଟକ ବାରବାଟୀ ଷ୍ଟାଡିୟମ। ଆଉ ଚଳିତ ମାସ ୨୫ ତାରିଖରେ ନୂଆ ଟିମ୍ ପାଇଁ ବିଡିଂ ପ୍ରକ୍ରିୟା କରାଯିବ । ଏଥିପାଇଁ ଆଗ୍ରହ ଦେଖାଇଛି ଜିନ୍ଦଲ୍ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ । ଆଇପିଏଲ ୨୦୨୨ ଵିଡିଙ୍ଗରେ କଟକ ସାମିଲ ହୋଇଛି । ପାଖାପାଖି ୨୦ଟି କମ୍ପାନୀ ବିଡିଂରେ ରହିଛନ୍ତି । ଜିନ୍ଦଲ ବିଡିଂରେ ଥିବା ଯୋଗୁଁ କଟକ ଟିମ୍ ନେଇ ଆଶାଵାଦୀ ଥିବା କହିଛନ୍ତି ଓଡିଶା କ୍ରିକେଟ ଆସୋସିଏସନ ସମ୍ପାଦକ ସଞ୍ଜୟ ବେହେରା ।

ଅପରପଟେ ଆଇ ପି ଏଲ୍ ପାଇଁ ଷ୍ଟାଡିୟମ ପୁରା ପ୍ରସ୍ତୁତ ଥିବା କହିଛନ୍ତି ସମ୍ପାଦକ। ଆଉ ଦର୍ଶକଙ୍କ ସିଟ୍ ସଂଖ୍ୟା ମଧ୍ୟ ବଢାଯିବ। ସମ୍ପୃକ୍ତ ଵିଡରଙ୍କୁ କଟକ ଟିମ୍ କରିବା ନେଇ ନିଵେଦନ କରିଛି ଓସିଏ । କଟକ ଟିମ୍ ହେଲେ ସମ୍ପୃକ୍ତ କମ୍ପାନୀକୁ ଓସିଏ ସମ୍ପୂର୍ଣ୍ଣ ସହାୟତା କରିଵ। ଏହା ଫଳରେ କଟକ ଟିମ୍ ହେଲେ ଓଡିଶା ଖେଳାଳୀମାନେ ଉପକୃତ ହେଵେ।

ତେବେ ବିସିସିଆଇ ଆସନ୍ତା ବର୍ଷ ଆଇପିଏଲରେ ଦୁଇଟି ନୂଆ ଦଳ ସାମିଲ ଟେଣ୍ଡର ପ୍ରକ୍ରିୟା ଜାରି କରିଥିଲା । ଯେଉଁଥିରେ ୬ ଟି ସହର କୁ ମୋହର ମଧ୍ୟ ବାଜିଥିଲା ।ଆଇ ପି ଏଲ୍ ରେ ପ୍ରଥମ କରି ବାରବାଟୀ ଷ୍ଟାଡିୟମକୁ ସାମିଲ କରିବାକୁ ନେଇ ନବୀନ ଜିନ୍ଦଲ୍ ଆଗ୍ରହ ଦେଖାଇଛନ୍ତି।ଏହାକୁ ନେଇ ଓସିଏ ଆଶାବାଦୀ ଅଛି ।

Leave A Reply

Your email address will not be published.