Latest Odisha News

BREAKING NEWS

ଆର ବାଲକୀଙ୍କ ଫିଲ୍ମରେ ବାମହାତୀ ବ୍ୟାଟ୍ସମ୍ୟାନ ହେବେ ଅଭିଷେକ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କର ଆଗାମୀ ଫିଲ୍ମରେ ଜଣେ ବାମହାତୀ କ୍ରିକେଟରଙ୍କ ଭୂମିକା କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଆର.ବାଲକୀଙ୍କ ଏହି ଫିଲ୍ମ ସମ୍ପୂର୍ଣ୍ଣ ଭାବେ କ୍ରିକେଟ ଉପରେ ପର୍ଯ୍ୟବେଶିତ । ଅଭିଷେକଙ୍କ ସହ ସୈୟାମୀ ଖେର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ ।

ବାଲକୀ ଏ ଭଳି ଏକ ଅଭିନେତ୍ରୀ ଚାହୁଁଥିଲେ ଯିଏ କି କ୍ରିକେଟ ବିଷୟରେ ଭଲ ଭାବେ ଜାଣିଥିବ । ଏହି ଫିଲ୍ମରେ ତାଙ୍କୁ ମଧ୍ୟ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିବ । ଫିଲ୍ମ ସମ୍ପର୍କରେ ବିଧିବଦ୍ଧ ଭାବେ କୌଣସି ଘୋଷଣା କରା ଯାଇ ନାହିଁ । ଖୁବ୍ ଶୀଘ୍ର ଏ ନେଇ ମେକର୍ସ ଅଫିସିଆଲ ଭାବେ ଘୋଷଣା କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.