କଟକ: ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣା । ମୃତ୍ୟୁ ଘଟଣାରେ୨ ଜଣ ଗିରଫ ହୋଇଛନ୍ତି । ଜଗତପୁର ଥାନା ପୁଲିସ୍ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନ । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଅଗଷ୍ଟ ୩ ତାରିଖରେ ତୁଷାର ବାଇକ୍ ନେଇ ଘରୁ କେଉଁଆଡ଼େ ବାହାରି ଯାଇଥିଲେ। ଆଉ ସେହି ଦିନ ଠାରୁ ସେ ଘରକୁ ଫେରିନଥିଲେ। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ପାଇ ନ ଥିଲେ। ଏହା ପରେ ସେମାନେ କ୍ୟାଣ୍ଟେନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ। ପୁଅର ଗର୍ଲଫ୍ରେଣ୍ଡଙ୍କ ପୂର୍ବତନ ବୟଫ୍ରେଣ୍ଡ ତାଙ୍କୁ ଅପହରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।
ହେଲେ ଅଗଷ୍ଟ ୫ ତାରିଖରେ ଯୋବ୍ରା ବ୍ୟାରେଜରୁ ତୁଷାରକାନ୍ତଙ୍କ ମୃତଦେହ ମିଳିଥିଲା। ପରିବାର ଲୋକେ ତୁଷାରକାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ
Comments are closed.