Latest Odisha News

BREAKING NEWS

କଟକ ଦୁର୍ଗାପୂଜା ବିବାଦ ପ୍ରସଙ୍ଗ, ପୂଜା କମିଟି ସହ କଥା ହେବେ ଡିସିପି

କଟକ: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ଆଜି ସନ୍ଧ୍ୟାରେ କଟକ ଡିସିପିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ ମୂର୍ତ୍ତିର ଉଚ୍ଚତା ନେଇ ପୂଜା କମିଟି ସହ ଡିସିପି ଆଲୋଚନା କରିବେ । ଏନେଇ କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ବୈଠକରେ ନିଷ୍କର୍ସ ଜାଣିଲା ପରେ ଆସନ୍ତାକାଲି ଚୂଡ଼ାନ୍ତ ଶୁଣାଣି କରି ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶ ଦେବେ ହାଇକୋର୍ଟ ।

ସୂଚନା ଯୋଗ୍ୟ ଯେ, କଟକଣା ଭିତରେ ସାର୍ବଜନୀନ ଦୂର୍ଗାପୁଜା ଲାଗି ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଓ ତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକାଧିକ ମାମଲା ଦାଏର କରାଯାଇଛି । ପରମ୍ପରା ମୁତାବକ ମୁର୍ତ୍ତି ନିର୍ମାଣ କରିବା ଏବଂ ଖୋଲା ମଣ୍ଡପରେ ପୁଜା କରିବା ସପକ୍ଷରେ ରହିଛନ୍ତି ଆବେଦନକାରୀମାନେ । ସେହିପରି ଟ୍ରାକଟର କିମ୍ବା ଚେଚିସ ସହାୟତାରେ ମୃଣ୍ମୟୀ ମୁର୍ତ୍ତିଙ୍କୁ ବିସର୍ଜନ କରିବା ପାଇଁ ମଧ୍ୟ ଦାଏର ପିଟିସନରେ ଉଲ୍ଲେଖ କରିଛନ୍ତି ଆବେଦନକାରୀମାନେ ।

ମୂର୍ତ୍ତିର ଆକାର ଛୋଟ କରିବା , ପୂଜାମଣ୍ଡପ ଆଗରେ ପର୍ଦ୍ଦା ଢାଙ୍କିଵା ସହିତ ଭସାଣୀ କିମ୍ବା ଶୋଭାଯାତ୍ରା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ପ୍ରଥମେ ଏ ପ୍ରସଙ୍ଗରେ କଟକ ବାଲୁବଜାର ପୁଜାକମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ପରେ ଆଉ ୨୨ ଟି ଅନୁଷ୍ଠାନ ଏହି ମାମଲାରେ ପକ୍ଷଭୁକ୍ତ ହେଵାଲାଗି ଆଵେଦନ କରିଛନ୍ତି।

Leave A Reply

Your email address will not be published.