Latest Odisha News

BREAKING NEWS

ଝାରପଡା ଜେଲରେ କରୋନା ସଂକ୍ରମିତ ବିଚାରାଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଝାରପଡା ଜେଲରେ କରୋନା ସଂକ୍ରମଣରେ ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁ ଘଟିଛି । ଯାହା ପରେ ସମସ୍ତ କଏଦୀଙ୍କ କରୋନା ଟେଷ୍ଟ କରାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)କୁ ଚିଠି ଲେଖିଛନ୍ତି ଜେଲ୍ କର୍ତ୍ତୃପକ୍ଷ ।

ମୃତକଙ୍କ ନାମ ଯୁଗଳ ଖଣ୍ଡୁଆଳ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଉକ୍ତ ଅଭିଯୁକ୍ତ ଜଣଙ୍କ ଚିଟଫଣ୍ଡ ଦୁର୍ନିତୀ ମାମଲାରେ ଗତ ୨୦୧୯ ମସିହାରୁ ଜେଲ୍ ରହି ଆସୁଥିଲା । ଗତ ସେପ୍ଟେମ୍ବର ୧୩ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବାର ତା’କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାକୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ତେବେ ଚିକିତ୍ସାଧିନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଥିଲା । ପରେ କରୋନା ଟେଷ୍ଟ ପାଇଁ ତାଙ୍କ ସ୍ୱାବ ପଠା ଯାଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଥିଲା ।

Leave A Reply

Your email address will not be published.