Latest Odisha News

ହେବନି ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦ, ଏକାଠି ବି ରହି ପାରିବେନି: ଉଭୟଙ୍କ ମାମଲା କୋର୍ଟରେ ଖାରଜ

ଭୁବନେଶ୍ୱର: ସାଂସଦ ଅନୁଭବ ଓ ବର୍ଷାଙ୍କୁ ଅଦାଲତ ଝଟକା । ଅନୁଭବ କରିଥିବା  ବିବାହ ବିଚ୍ଛେଦ ମାମଲାକୁ ଅଗ୍ରାହ୍ୟ କରି ଦେଇଛନ୍ତି କଟକ ଫ୍ୟାମିଲି କୋର୍ଟ । ସେହିପରି ପତ୍ନୀ ବର୍ଷା କରିଥିବା ମାମଲାକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ପତ୍ନୀ ବର୍ଷା ଏକାଠି ପତି-ପତ୍ନୀ ଭାବେ ରହିବା  ପାଇଁ ଆବେଦନ କରିଥିଲେ  ଯାହାକୁ ଖାରଜ କରି ଦେଇଛନ୍ତି କୋର୍ଟ ।

ଏ ସମ୍ପର୍କରେ ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି ଏହି ମାମଲାର ଅନ୍ତ ହୋଇଛି । ବିବାହ ବିଚ୍ଛେଦ ଆବେଦନ ଖାରଜ ହୋଇଯାଇଛି । ସେହିପରି ବର୍ଷା ଏକାଠି ରହିବା ପାଇଁ କରିଥିବା ଆବେଦନ ମଧ୍ୟ ଖରାଜ ହୋଇଛି । ତେଣୁ କେହି କାହା ପାଖରେ ରହିବେ ନାହିଁ ।

Comments are closed.