Latest Odisha News

BREAKING NEWS

ଖୋଲୁଛି କଟକ କନିକା ରାଜା ଘରର ଗୁମର

କଟକ: ଖୋଲୁଛି କଟକ କନିକା ରାଜଘରର ଗୁମର । ରାଜା ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ରାଜକନିକାରେ ଥିବା ସମ୍ପତିରୁ ମିଳିଥିବା ଭାଗକୁ ବିକ୍ରି କରିଦେବା ଯୋଜନାରେ ଥିଲେ ନାତୁଣୀ ବୋହୂ ପରେଶକୁମାରୀ ଦେବୀ । ପାଖାପାଖି ୪ କୋଟି ଟଙ୍କାର ସମ୍ପତି ବିକ୍ରି କରିବାକୁ ନିଷ୍ପତି ନେଇଥିଲେ । ଏପରିକି ସମ୍ପତି ବିକ୍ରି ପୂର୍ବରୁ କିଛି ଲୋକଙ୍କଠାରୁ ଅଗ୍ରୀମ ଆକାରରେ ଟଙ୍କା ବି ଆଣିଥିଲେ । ହେଲେ ଏପରି ନିଷ୍ପତିକୁ ପୁଅ ଶୁଭେନ୍ଦୁ ନାରାୟଣ ଭଞ୍ଜଦେଓ ବିରୋଧ କରୁଥିଲେ ।

ଏହାକୁ ନେଇ ଗତ ୨୨ ତାରିଖରେ ପରେଶକୁମାରୀଙ୍କୁ ସେ ହତ୍ୟା କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ଶେଷରେ ଗତ ବୁଧବାର ଦି ସବୁ ରାଗ ସୁଝାଇବାକୁ ଯାଇ ଅତ୍ୟନ୍ତ ବୀଭତ୍ସ ଭାବେ ମା’ଙ୍କୁ ହତ୍ୟା କରିଥିଲେ ।

ସେପଟେ ହତ୍ୟାର ଚାଲିଛି ଖୋଳତାଡ । ୧୫ଦିନ ମଧ୍ୟରେ ଚୂଡାନ୍ତ ଚାର୍ଜସିଟ୍‌ ଦାଖଲ କରିବ ପୋଲିସ୍ । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, ସାଇଣ୍ଟିଫିକ୍‌ ପ୍ରମାଣ, ସିସିଟିଭି ଫୁଟେଜ ଏବଂ ପ୍ରତ୍ୟକ୍ଷ ଦର୍ଶୀଙ୍କ ବୟାନ ମିଳିସାରିଛି । ତେଣୁ ଚଳିତ ସପ୍ତାହରେ ତଦନ୍ତ ଶେଷ କରି ୧୫ଦିନ ମଧ୍ୟରେ ଚୂଡାନ୍ତ ଚାର୍ଜସିଟ୍‌ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି ପୋଲିସ ।

 

Comments are closed, but trackbacks and pingbacks are open.