Latest Odisha News

BREAKING NEWS

ଇସ୍ରାଏଲଠାରୁ ଭାରତ କିଣିଥିଲା ପେଗାସସ ସଫ୍ଟୱେର: ଏନୱାଇଟି

ନୂଆଦିଲ୍ଲୀ: ୨୦୧୭ରେ ଇସ୍ରାଏଲଠାରୁ ଭାରତ ପେଗାସସ ସଫ୍ଟୱେର କିଣିଥିଲା ବୋଲି ଆଜି ଦି ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ ପାଇଛି । ଇସ୍ରାଏଲ ସହିତ ଏହି ସମୟରେ କରାଯାଇଥିବା ୧୫ ହଜାର କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତିରେ ପେଗାସସ ସ୍ପାଏୱେୟାର ସାମିଲ ଥିଲା । ସେହିପରି ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ମଧ୍ୟ ଇସ୍ରାଏଲର ଏନଏସଓ ଫାର୍ମରୁ ଏହା କିଣିଛି ବୋଲି ଖବର ପ୍ରକାଶ ପାଇଛି ।

ତେବେ ଏ ନେଇ ଭାରତ ଏବଂ ଆମେରିକା ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ । ସୂଚନାଯୋଗ୍ୟ, ସାମ୍ବାଦିକ ଏବଂ ସରକାରୀ ବିରୋଧୀଙ୍କ ଉପରେ ନଜର ରଖିବା ପାଇଁ ଏହି ସ୍ପାଇୱେରକୁ ମେକ୍ସିକୋ ବ୍ୟବହାର କରି ଚର୍ଚ୍ଚାକୁ ଆସିଥିଲା । ଇସ୍ରାଏଲ ପୋଲାଣ୍ଡ, ହଙ୍ଗେରୀ ଓ ଭାରତକୁ ପେଗାସସ ବ୍ୟବହାରକୁ ଅନୁମୋଦନ କରିଛି ।

Comments are closed, but trackbacks and pingbacks are open.