Latest Odisha News

BREAKING NEWS

ଝାଡାବାନ୍ତି ଆତଙ୍କ: ଜଣଙ୍କର ମୃତ୍ୟୁ, ୧୦ ଗୁରୁତର ଅଭିଯୋଗ

ଝାରସୁଗୁଡ଼ା: ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଅଭିଯୋଗ । ୧୦ ଜଣ ଗୁରୁତର ହୋଇଛନ୍ତି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କୁହାକୁଣ୍ଡା ଗାଁରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି । ସମସ୍ତ ଆକ୍ରାନ୍ତ ଲଖନପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାପରେ ଗାଁରେ ପହଞ୍ଚିଛି ଡାକ୍ତରୀ ଟିମ୍ । ଏହି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ସିଡିଏମଓ ।

ମୃତକ ହେଲେ ଗାଁର ୨୨ ବର୍ଷୀୟ ଉମେଶ ଗୌଡ଼ । ଡାକ୍ତରୀ ଟିମ୍ ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି । କେମିତି ଓ କେଉଁ ପରିସ୍ଥିତିରେ ଏତେ ସଂଖ୍ୟକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଲେ ଅନୁଧ୍ୟାନ କରୁଛି ଡାକ୍ତରୀ ଟିମ୍ ।

Comments are closed, but trackbacks and pingbacks are open.