Latest Odisha News

BREAKING NEWS

କେଜ୍ରିୱାଲ୍ ସରକାରଙ୍କ ଉଦ୍ୟମକୁ ଅସମ୍ମାନ କରିବାକୁ ଚେଷ୍ଟା କରୁଛନ୍ତି ବିଜେପି ମୁଖ୍ୟମନ୍ତ୍ରୀ: ଗୋଆ ଆପ୍

ପଣଜି: ଜାତୀୟ ରାଜଧାନୀ ଦିଲ୍ଲୀ ରେ କୋଭିଡ ନିୟନ୍ତ୍ରଣର କ୍ରେଡ଼ିଟ କେନ୍ଦ୍ର ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମିଳିବା ପରେ ଏହାର ଉତ୍ତର ରଖିଛି ଗୋଆ ଆପ୍ ।

ଶନିବାର ଦିନ ଗୋଆରେ ଆମ୍ ଆଦମୀ ପାର୍ଟି ମୁଖପାତ୍ର ସୁରେନ ତିଲଭେ କହିଛନ୍ତି ଯେ ଦିଲ୍ଲୀ ମଡେଲ କୁ ନେଇ  ଗୋଆ ମୁଖ୍ୟମନ୍ତ୍ରୀଙ୍କ ମତ ଆପତ୍ତିଜନକ । ସେ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯଦି ଦିଲ୍ଲୀ କୋଭିଡ ନିୟନ୍ତ୍ରଣ ରେ କେଜ୍ରିୱାଲ୍ ଙ୍କ ହାତ ନାହିଁ ତେବେ ଅମିତ ଶାହା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଗୋଆରେ ମହାମାରୀକୁ ରୋକିବା ପାଇଁ କାହିଁକି ଉଦ୍ୟମ କରିନାହାଁନ୍ତି ।

ପ୍ରକାଶ ଥାଉ କି ଶୁକ୍ରବାର କୋଭିଡ-୧୯ ପାଇଁ ପଜିଟିଭ୍ ପରୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ ଦିଲ୍ଲୀରେ ମହାମାରୀକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ନିୟନ୍ତ୍ରଣ କରିଥିଲେ।

ସେ ଏହା ମଧ୍ୟ କହିଛନ୍ତି ଯେ ରାଜଧାନୀ ଦିଲ୍ଲୀରେ ହୋଇଥିବା ମହାମାରୀର ନିୟନ୍ତ୍ରଣ କେନ୍ଦ୍ର ଏନଡ଼ିଏ ସରକାର ସରକାରଙ୍କ ହସ୍ତକ୍ଷେପର ଫଳ । ତେଣୁ କ୍ରେଡିଟ୍ ଦିଲ୍ଲୀର ଆପ ସରକାରକୁ ଯିବା ଉଚିତ୍ ନୁହେଁ |

ଉଭୟ ରାଜ୍ୟ ସରକାରଙ୍କ କୋଭିଡ-୧୯ ପରିଚାଳନା ପ୍ରୟାସକୁ ନେଇ ବିଜେପି ଏବଂ ଆପ ମଧ୍ୟରେ ବଚସା ଲାଗିରହିଛି । ଗୁରୁବାର ଆପ ର ଅକ୍ସିମିତ୍ର ଅଭିଯାନ ଆରମ୍ଭ କରିବାର ଦିନକ ପରେ, ଗୋଆ ସରକାର କୋଭିଡ-୧୯ ଜରୁରୀ କିଟ୍ ଯୋଗାଇବା ପାଇଁ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି । ଏହି କିଟରେ ଏକ ଅକ୍ସିମିଟରକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ଗୋଆରେ ବର୍ତ୍ତମାନ କୋଭିଡ-୧୯ରେ ନିଶ୍ଚିତ ୨୩୪୪୫ଟି ମାମଲା ଥିଲାବେଳେ, ସକ୍ରିୟ ଙ୍କ ସଂଖ୍ୟା ରହିଛି ୫୧୦୪ ।  ଭୂତାଣୁ ସଂକ୍ରମଣ ଯୋଗୁଁ ରାଜ୍ୟରେ ଏଯାବତ ୨୭୬ ଜଣ ମୃତ୍ୟୁବରଣ କରିଛନ୍ତି।

Leave A Reply

Your email address will not be published.