Latest Odisha News

BREAKING NEWS

ଆବର୍ଜନାରୁ ସର୍ଜନା: ଅଳିଆରୁ ପ୍ରସ୍ତୁତ କଲେ ବିଶ୍ବ କପ ଟ୍ରଫି

କଟକ: ଏତେ ଦିନର ଅପେକ୍ଷାରେ ଘଟିବ ଅନ୍ତ ।  ହକି ବିଶ୍ବ କପ୍ ପାଇଁ ଝଳସିବ କଟକ, ଭୁବନେଶ୍ୱର, ରାଉଲକେଲା । ହକି ବିଶ୍ବକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖା ଦେଇଛି ନାହିଁ ନଥିବା କ୍ରେଜ । ଓଡ଼ିଶାରେ ଦ୍ଵିତୀୟ ଥର ପାଇଁ ହକି ବିଶ୍ବ କପର ଆୟୋଜନ ହେଉଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ସବୁଆଡ଼େ ଦେଖିବାକୁ ମିଳୁଛି କ୍ରେଜ୍  ।

ଏଇ ହକି ଫିଭରରେ କଟକିଆ ବି ଆକ୍ରାନ୍ତ । ହକି ପ୍ରସ୍ତୁତରେ  ସେମାନେ ବି  ପଛରେ ପଡି ନାହାନ୍ତି ।  କଟକ ମଧୁପାଟଣା ଅଞ୍ଚଳର ଭାସ୍କଜ୍ୟ ଶିଳ୍ପୀ ସଞ୍ଜୀବ କୁମାର ବିଶ୍ଵାଳ ତିଆରି କରିଛନ୍ତି ହକି ବିଶ୍ବ କପର ଏକ ମଡେଲ  ।  ତା ସାଙ୍ଗକୁ ସେଲୁଲାର କ୍ୟାମେରା ବି ତିଆରି କରିଛନ୍ତି। ତେବେ ସବଉଠୁ ବଡ଼ କଥା ହେଉଛି ଏହି ବିଶ୍ଵ କପର ଟ୍ରଫି ମଡେଲଟି ସମ୍ପୂର୍ଣ୍ଣ କବାଡିଆ ଜିନିଷରୁ ପ୍ରସ୍ତୁତ ହୋଇଛି ।

ଅଦରକାରୀ ଓ ଫୋପଡ଼ା ଯାଇଥିବା ଲୁହାକୁ ନେଇ ସେ  ତିଆରି କରିଛନ୍ତି ତାଙ୍କର ଏହି ସୁନ୍ଦର କଳାକୃତୀ । ଦୀର୍ଘ ସାତ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଏହି ସୁନ୍ଦର ଭାସ୍କର୍ଯ୍ୟ  ଶିଳ୍ପ ମାଧ୍ୟମରେ ସେ ସମସ୍ତଙ୍କୁ  ଚକିତ କରିଛନ୍ତି । ଯେହେତୁ କଟକ ଭଳି ସହରରେ ବିଶ୍ଵ କପ ହକିର ଉଦଘାଟନୀ ସମାରୋହ ହେବାକୁ ଯାଉଛି,  ସେଥିପାଇଁ  ଜଣେ କଟକିଆ ହିସାବରେ ଏହାକୁ ନିର୍ମାଣ କରିଥିବା କହିଛନ୍ତି ସଞ୍ଜୀବ ।

Leave A Reply

Your email address will not be published.