Latest Odisha News

BREAKING NEWS

କଟକରେ ଖୋଲିଲା ସର୍ବବୃହତ ବିଜୁ ପଟ୍ଟନାୟକ ପାର୍କ: ସିନ୍ଥେଟିକ୍ ରନିଂ ଟ୍ରାକ୍ ସାଙ୍ଗକୁ ମୁକ୍ତାକାଶ ଜିମ୍..

କଟକ: କଟକରେ ଖୋଲିଲା ସର୍ବ ବୃହତ ବିଜୁ ପଟ୍ଟନାୟକ ପାର୍କ । ପୁନଃନିର୍ମାଣ ପରେ ଏହାକୁ ଲୋକାର୍ପିତ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମୋଟ ୨୬ କୋଟି ଟଙ୍କା ବ୍ୟୟରେ ପୁଣି ଥରେ ରିନୋଭେଟ୍ ହୋଇଥିବା ଏହି ପାର୍କ ଏବେ କଟକବାସୀଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି । ଏଥିରେ ୧.୫ କିମିର ଏକ ସିନ୍ଥେଟିକ୍ ରନିଂ ଟ୍ରାକ୍ ସମସ୍ତଙ୍କ ବେଶ୍ ଦୃଷ୍ଟି ଆକର୍ଷଣ କରିଛି । ଏଥିସହିତ ଏଥିରେ ଅତ୍ୟାଧୁନିକ ଇପିଡିଏମ୍‌ ୱାକିଂ ଟ୍ରାକ୍‌, ୧୦ଟି ୱାଟର ଫାଉଣ୍ଟେନ୍, କୋରାପୁଟ କଫି ସେଣ୍ଟର, ପିଲାଙ୍କ ଖେଳପଡ଼ିଆ, ମୁକ୍ତାକାଶ ଜିମ୍, ସିଟିଂ ବେଞ୍ଚ, ରେନ୍‌ ରେଷ୍ଟ ସେଡ୍‌ , ଲାଇଟ ଆଦିର ବ୍ୟବସ୍ଥା କରାଯାଇଛି । ଯାହା ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଫିଟନେସ୍ ପ୍ରତି ଉତ୍ସାହ ଯୋଗାଇବ ।

ଯାହାକୁ ନେଇ ମନ୍ତ୍ରୀ କହିଛନ୍ତି, ଏହା କଟକବାସୀଙ୍କ ପାଇଁ ଉପହାର । ଆମେ ଫିଟନେସ୍, ସୁସ୍ଥତା ଏବଂ ପରିବେଶଗତ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରୁଥିବା ବିଶ୍ୱସ୍ତରୀୟ ସହରାଞ୍ଚଳ ସ୍ଥାନ ବିକାଶ କରିବାକୁ ପ୍ରତିବଦ୍ଧ । ଏଥିସହିତ ପାର୍କକୁ ନେଇ ସିଡିଏ ଉପାଧ୍ୟାକ୍ଷ କହିଛନ୍ତି, ପାର୍କରେ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଧ୍ୟାନ କେନ୍ଦ୍ର ସ୍ଥାପନ କରାଯାଇଛି । ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ସ୍ୱତନ୍ତ୍ର ଭାବରେ କ୍ୟୁରେଟେଡ୍ ବନସାଇ ପ୍ଲାଣ୍ଟ ମଧ୍ୟ ସ୍ଥାପନ କରାଯାଇଛି ।

ତେବେ ଏହି ପ୍ରକଳ୍ପଟିକୁ ଜାତୀୟ ପ୍ରକଳ୍ପ ନିର୍ମାଣ ନିଗମ(ଏନପିସିସି) ଦ୍ବାରା କାର୍ଯ୍ୟକାରୀ କରାଯାଇଥିଲା । ପୂର୍ବ ବିଜେଡି ସରକାର ସମୟରେ ୨୦୨୩ ମସିହାରେ  ଏହି ପାର୍କର ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

Comments are closed.