ନୂଆଦିଲ୍ଲୀ: ଦେଶରେ କେତେବେଳେ ବଢୁଚି ତ ପୁଣି କେବେ କମୁଛ ଦୈନିକ କରୋନା କେସ୍ । ଏଣିକି ପ୍ରତିଦିନ ୫୦ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ଆଉ ୪୧ ହଜାର ୩୨୨ ଜଣ । ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୯୩ଲକ୍ଷ ୫୧ହଜାର ୧୧୦ ।
ମହାମାରୀରେ ଲକ୍ଷେ ୩୬ ହଜାର ମୃତ୍ୟୁ
ଦେଶରେ ଲକ୍ଷେ ୩୬ ହଜାର ଟପିଛି କରୋନା ଜନିତ ମୃତ୍ୟୁସଂଖ୍ୟା । ଏବେ ଦୈନିକ ମୃତ୍ୟୁସଂଖ୍ୟା ୫୦୦ରୁ କମ୍ ରହୁଛି । ଗତ ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୪୮୫ ସଂକ୍ରମିତ । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୩୬ହଜାର ୨୦୦ ଛୁଇଁଛି । ଦେଶରେ ମୃତ୍ୟୁହାର ରହିଛି ୧.୪୬% ।
କରୋନାରୁ ୯୩% ଆକ୍ରାନ୍ତ ସୁସ୍ଥ
ଦେଶରୁ ୯୩ ପ୍ରତିଶତରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୪୧ହଜାର ୪୫୨ ଆକ୍ରାନ୍ତ ଆରୋଗ୍ୟା ଲାଭ କରିଛନ୍ତି । ମୋଟ୍ ସୁସ୍ଥ ସଂଖ୍ୟା ୮୭ଲକ୍ଷ ୫୯ହଜାର ୯୬୯ । ଦେଶରେ ଆକ୍ଟିଭ୍ କେସ୍ ରହିଛି ୪ଲକ୍ଷ ୫୪ହଜାର ୯୪୦ ।
BREAKING NEWS
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!

Comments are closed.