କଟକ: କଟକ ବାଲିଯାତ୍ରାରେ ସିଏମ୍ସି ସ୍ବାସ୍ଥ୍ୟ ଟିମ୍ର ଯାଞ୍ଚ। ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ସ୍ବାସ୍ଥ୍ୟ ଟିମ୍ ସଦସ୍ୟ। କେତେକ ଖାଦ୍ୟ ଷ୍ଟଲ୍ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ କଲା ସ୍ୱାସ୍ଥ୍ୟ ଟିମ।
ବାସି ଖାଦ୍ୟ ଗଚ୍ଛିତ ରଖିଥିବା ଅଭିଯୋଗରେ କିଛି ଦୋକାନୀଙ୍କୁ ଫାଇନ ମଧ୍ୟ କରାଯାଇଛି । ନିୟମିତ ବ୍ୟବଧାନରେ ବାଲିଯାତ୍ରା ସରିବା ଯାଏ ଏଭଳି ଯାଞ୍ଚ ଚାଲିବ ବୋଲି କୁହାଯାଇଛି। ପ୍ରତିଦିନ ବାଲିଯାତ୍ରାକୁ ଲକ୍ଷାଧିକ ଲୋକ ଆସିଥାନ୍ତି। ତେଣୁ ସମସ୍ତଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ସିଏମସି ପ୍ରତିଦିନ ଏହି ଚଢ଼ାଉ ଜାରି ରଖିବ ବୋଲି କୁହାଯାଇଛି।
ପୂର୍ବ ବର୍ଷ ବାଲିଯାତ୍ରାରେ କୁଇଣ୍ଟାଲ କୁଇଣ୍ଟାଲ ବାସିଖାଦ୍ୟ ନଷ୍ଟ କରିଛି ସିଏମସି । ତେବେ ଚଳିତବର୍ଷ ମଧ୍ୟ ସମାନ ଭାବରେ ଚଢ଼ାଉ ଜାରି ରଖିଛି ସିଏମସିର ଫୁଡ୍ ସେଫଟି ଟିମ । ଏଥିସହ ବ୍ୟବସାୟୀଙ୍କୁ ବାସିଖାଦ୍ୟ ବିକ୍ରି ନକରିବାକୁ ସଚେତନ କରାଯାଇଛି ।
Comments are closed.